32.1 C
Bhubaneswar
Thursday, March 28, 2024
Homeଓଡିଶାୱେସ୍କୋ ଆରମ୍ଭ କରିଛି ବିଜୁଳିକାଟ ଅଭିଯାନ 

ୱେସ୍କୋ ଆରମ୍ଭ କରିଛି ବିଜୁଳିକାଟ ଅଭିଯାନ 

ଭୁବନେଶ୍ୱର :  ସେସକୋ ପରେ ଏବେ ଦକ୍ଷିଣ ଓଡିଶାରେ ବିଦ୍ୟୁତ ବିତରଣକାରୀ ସଂସ୍ଥା ୱେସ୍କୋ  ଆରମ୍ଭ କରିଛି ବିଜୁଳିକାଟ ଅଭିଯାନ । ସେସୁ, ନେସ୍କୋ ପରେ ଏବେ ୱେସ୍କୋ ପାଳି । ବିଦ୍ୟୁତ ବିଲ ବକେୟା ପୈଠ ନ କରିଥିଲେ ଆଉ ନିସ୍ତାର ନାହିଁ । ପଶ୍ଚିମ ଓଡ଼ିଶାରେ ୱେସ୍କୋ ପକ୍ଷରୁ ଆରମ୍ଭ ହୋଇଛି ବିଦ୍ୟୁତ କାଟ୍ । ଗତକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ମଧ୍ୟ ଏହା ଜାରି ରହିବ ।
ଫେବ୍ରୁଆରୀ ୧୫ ତାରିଖ କଂଟ ସରିଯିବା ପରେ ଆକ୍ସନ ମୁଡରେ ବିଦ୍ୟୁତ ବିତରଣକାରୀ ସଂସ୍ଥା ସାଉଥକୋ । ୫ ମାସରୁ ଉର୍ଦ୍ଧ୍ବ କିମ୍ଭା ୫ ହଜାର ଟଙ୍କାରୁ ଅଧିକ ବିଲ ବକେୟା ରଖିଥିବା ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗକୁ ବିଛିନ୍ନ କରାଯାଉଛି । ଏହି ଟଙ୍କା ଆଦାୟ କରିବା ପାଇଁ ସାଉଥକୋ ଜୟପୁରରେ ଏବେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଉଥିବାବେଳେ ଜୟପୁର, ବୋରିଗୁମ୍ମା, ରଣ୍ଡାପଲ୍ଲୀ, କୁନ୍ଦୁରା, ବୈପାରୀଗୁଡା, ଲମତାପୁଟ ସମେତ ୪ଟି ବ୍ଲକରେ ବିଦ୍ୟୁତ୍ କାଟ ଚାଲିଛି । ସାଉଥକୋ ଅଧିନରେ ଆସୁଥିବା ୮ଟି ଜିଲ୍ଲାରେ ଏହି ବିଜୁଳି କାଟ୍ ଅଭିଯାନ ଆରମ୍ଭ ହୋଇଛି । ପଶ୍ଚିମ ଓଡ଼ିଶାରେ ଅନେକ ଶିଳ୍ପ ପ୍ରତିଷ୍ଠାନ, ଘରୋଇ ସଂସ୍ଥା, ସରକାରୀ ସଂସ୍ଥା ସହ ଘର ଗୁଡ଼ିକର ଦୀର୍ଘ ଦିନର ବିଦ୍ୟୁତ ବିଲ ବାକି ପଡ଼ିଛି । ବକେୟା ବିଲ ପୈଠ ପାଇଁ ୱେସ୍କୋ ପକ୍ଷରୁ ଏକ ଡେଡ଼ଲାଇନ ଦିଆଯାଇଥିଲା । କିନ୍ତୁ ଅଧିକାଂଶ ସ୍ଥାନରେ ବିଲ ପୈଠ ହୋଇନାହିଁ । ଡେଡ଼ଲାଇନ ସରିବା ପରେ ବିଦ୍ୟୁତ୍ କାଟ୍ ଆରମ୍ଭ କରାଯାଇଛି । ବଲାଙ୍ଗୀର, ସମ୍ବଲପୁର ସମେତ ୯ଟି ଜିଲ୍ଲାରେ ବିଦ୍ୟୁତ୍ କାଟ୍ ଆରମ୍ଭ କରାଯାଇଛି । ବକେୟା ବିଲ ଦେଇନଥିବା ହିତାଧିକାରୀଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବ । ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଉଛି ।
ସେହିପରି ନର୍ଥ ଇଷ୍ଟରେ ଥିବା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ବାଲେଶ୍ୱର ଜିଲ୍ଲାରେ ୩୦ଟି ସ୍କ୍ୱାଡ୍ ଗଠନ କରାଯାଇଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉଭୟ ସ୍ଥାନରେ ଏହି ପ୍ରକ୍ରିୟା ଜାରି ରହିଛି । କିଛି ଉପଭୋକ୍ତା ବକେୟା ବିଲ୍ ପଇଠ କରିଥିବା ବେଳେ କିଛି ଲୋକଙ୍କ ଲାଇନ୍ କଟାଯାଇଛି । ଯେଉଁ ଉପଭୋକ୍ତାଙ୍କ ଅଧିକ ପରିମାଣରେ ଟଙ୍କା ବାକି ଅଛି, ସେମାନଙ୍କଠାରୁ ବିଭାଗୀୟ କର୍ମଚାରୀମାନେ କିଛି ଟଙ୍କା ନେଇ କିସ୍ତିରେ ବାକି ଟଙ୍କା ଦେବାକୁ ପରାମର୍ଶ ଦେଇଛନ୍ତି ।
 
 
 
 
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking