28.1 C
Bhubaneswar
Friday, March 29, 2024
Homeଓଡିଶାଗ୍ୟାସ୍ ନିଆଁରେ ଜଳିଗଲେ ମହିଳା 

ଗ୍ୟାସ୍ ନିଆଁରେ ଜଳିଗଲେ ମହିଳା 

ଭଦ୍ରକ : ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅଧୀନସ୍ଥ ଚଡ଼ଦିଆ ଗ୍ରାମରେ ଗ୍ୟାସ୍ ଟାଙ୍କି ଲିକ୍ ହେବାରୁ ନିଆଁ ଲାଗି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ୬ ବଖରା ଘର ପୋଡ଼ି ଯାଇଛି । ମୃତ ମହିଳା ହେଉଛନ୍ତି ତୁଷାରକାନ୍ତ ମହାଳିକଙ୍କ ପତ୍ନୀ ପୂର୍ଣ୍ଣିମା ।
ସୂଚନା ଅନୁଯାୟୀ, ୬ ମାସ ପୂର୍ବରୁ ତୁଷାରକାନ୍ତ ପୂର୍ଣ୍ଣିମାଙ୍କୁ ପ୍ରେମ ବିବାହ କରିଥିଲେ । ସୋମବାର ସକାଳ ପ୍ରାୟ ୮ ଟାରେ ଏହି ଅଘଟଣ ଘଟିଛି । ମହିଳା ଜଣକ ଗ୍ୟାସରେ ରୋଷେଇ କରୁଥିବା ସମୟରେ କୌଣସି କାରଣରୁ ଗ୍ୟାସ୍ ଲିକ୍ ହୋଇଥିଲା । ଫଳରେ ନିଆଁ ଲାଗି ଘର ଜଳିଯିବା ସହ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଛି । ଏହି ନିଆଁ ପାଖ ପଡ଼ୋଶୀ ଘରକୁ ବ୍ୟାପୀ ଥିଲା । ଫଳରେ ପଡ଼ୋଶୀଙ୍କ ଚାଳ ଛପର ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଚାନ୍ଦବାଲି ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚିଲା ବେଳକୁ ନିଆଁ ନିୟନ୍ତ୍ରଣକୁ ଚାଲି ଆସିଥିଲା । ଅଗ୍ନିକାଣ୍ଡରେ ୬ଟି ପରିବାର ଲୋକଙ୍କ ଘରେ ଥିବା ଧାନ, ଚାଉଳ, ଟଙ୍କା ପଇସା, ଦରକାରୀ କାଗଜ ପତ୍ର, ଘରବାରି, ଜମିର ଖଜଣା ପାଉତି, ପଟ୍ଟା ଆଦି ଜିନିଷ ନଷ୍ଟ ହୋଇଛି । ଚାନ୍ଦବାଲି ତହସିଲ୍‌ଦାର ସତ୍ୟଜିତ୍ ରାଉତ, ଚଡ଼ଦିଆ ଆରଆଇ ନିହାର ରଞ୍ଜନ ଦାସ ସେଠାରେ ପହଞ୍ଚି ଘଟଣାର ସ୍ଥିତି ପରଖିଛନ୍ତି । ମୃତ୍ୟୁକୁ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ପଞ୍ଜୀକରଣ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking