30.1 C
Bhubaneswar
Friday, April 26, 2024
Homeକରୋନାଅଗଷ୍ଟ ସୁଦ୍ଧା ଆସିପାରେ ପିଲାଙ୍କ ପାଇଁ ଟିକା

ଅଗଷ୍ଟ ସୁଦ୍ଧା ଆସିପାରେ ପିଲାଙ୍କ ପାଇଁ ଟିକା

ନୂଆଦିଲ୍ଲୀ: କରୋନା ଭାଇରସର ତୃତୀୟ ଲହର ସହ ଜଡିତ ଆଶଙ୍କା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟାଙ୍କ ଅନୁସାରେ, ଦେଶରେ ପିଲାଙ୍କ ପାଇଁ ଅଗଷ୍ଟ ଭିତରେ ଭ୍ୟାକ୍ସିନ ଆସିବାର ଆଶା ରହିଛି ।
ମଙ୍ଗଳବାର ସଂସଦ ଭବନରେ ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଭ୍ୟାକ୍ସିନ ନେଇ ତଥ୍ୟ ପ୍ରଦାନ କରିଥିଲେ । ଏହା ମଧ୍ୟରେ ସେ କହିଥିଲେ ଯେ, ପିଲାଙ୍କ ପାଇଁ ଅଗଷ୍ଟ ଭିତରେ ଭ୍ୟାକ୍ସିନ ଆସିପାରେ । କରୋନାର ଦ୍ୱିତୀୟ ଲହର ଏବେ ବି ଦେଶରେ ଜାରି ରହିଛି ଏବଂ ୩ୟ ଲହର ନେଇ ଆଶଙ୍କା କରାଯାଉଛି । ଏମିତି ପରିସ୍ଥିତିରେ ଯଦି ପିଲାଙ୍କ ପାଇଁ ଟିକା ଆସି ଯାଉଛି ତେବେ ନିହାତି ଭାବରେ ଏହା ଆଶ୍ୱସ୍ତିକର । ଦେଶରେ ଏବେ ବି ଭିନ୍ନ ଭିନ୍ନ ସ୍ତରରେ ପିଲାଙ୍କ ଉପରେ ଭ୍ୟାକ୍ସିନ ଟ୍ରାଏଲ କରାଯାଉଛି । ଭାରତ ବାୟୋଟେକର କୋଭାକ୍ସିନର ପରୀକ୍ଷଣ ବି ଚାଲିଛି । ଯାହାର ଫାଇନାଲ ଫଳାଫଳ ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ଆସିଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking