34.1 C
Bhubaneswar
Friday, March 29, 2024
Homeଓଡିଶା୪୯୧ତମ ଦିବସରେ ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା କାର୍ଯ୍ୟକ୍ରମ

୪୯୧ତମ ଦିବସରେ ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା କାର୍ଯ୍ୟକ୍ରମ

ଯାଜପୁର:ଗତ ମାର୍ଚ୍ଚ ୨୨ ତାରିଖ ୨୦୨୦ମସିହାରୁ ଅଦ୍ୟାବଧି ନିଜ ଜୀବନକୁ ବାଜି ଲଗାଇ ନିରବଛିନ୍ନ ଭାବରେ ଆଜକୁ ଦୀର୍ଘ ୪୯୧ଦିନ ଧରି ସମଗ୍ର ଭାରତବର୍ଷରେ ରିଲିଫ ବଣ୍ଟନସହ ସଚେତନତା ସୃଷ୍ଟି କରିଆସୁଛି ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜକଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ। ଏହି ପରିପ୍ରେକ୍ଷୀରେ ଆଜି ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନେତୃତ୍ୱରେ ସିଂହପୁର ଅଞ୍ଚଳର ବିଭିନ୍ନ ସ୍ଥାନମାନଙ୍କରେ ଅଭିନେତା ସୁଶ୍ରୀ ଆଦ୍ୟାଶା ଦାସଙ୍କ ନାଟକ “ପାଗିଳି ଆସିଛି ଆମ ଛକକୁ” ପଥପ୍ରାନ୍ତ ନାଟକ ମାଧ୍ୟମରେ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରୁଥିବାର ଦେଖିବାକୁ ମିଳିଥିଲା।

ଏହାସହ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଗରିବ,ଅସହାୟ,ଭିକ୍ଷୁକ ଓ ପ୍ରବାସୀ ମାନଙ୍କୁ ମାକ୍ସ,ସାବୁନ,ସାନିଟାଇଜର,ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରିଥିଲେ।ଆର୍ଥିକ ଅବହେଳିତ ପିଲାମାନଙ୍କୁ ପୁସ୍ତକ, ଖାତା ଓ ଖେଳ ସାମଗ୍ରୀ ବଣ୍ଟନ କରାଯାଇଥିଲା।ଏଥିରେ ଫାଉଣ୍ଡେସନର ସହ-ସମ୍ପାଦକ ମାଷ୍ଟର ମିହୀର କୁମାର, କୋଷାଧ୍ୟକ୍ଷା ଶ୍ରୀମତୀ ମଧୁସ୍ମିତା ନାୟକ,ସଦସ୍ୟା ତୁଳସୀ ମଲ୍ଲିକ,ଡ୍ୟାନ୍ସର ୠତୁରାଜଙ୍କ ସମେତ ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।ସାଂସ୍କୃତିକ ସଚେତନତା କାର୍ଯ୍ୟକ୍ରମରେ ଫାଉଣ୍ଡେସନର ପ୍ରକଳ୍ପ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର କର୍ମକର୍ତ୍ତାମାନେ ସହାୟତା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking