28.1 C
Bhubaneswar
Friday, May 3, 2024
Homeବଲିଉଡବଲିଉଡରେ କମାଲ କରିବେ ଉର୍ଫି

ବଲିଉଡରେ କମାଲ କରିବେ ଉର୍ଫି

ମୁମ୍ବାଇ: ସୋସିଆଲ ମିଡିଆ ଷ୍ଟାର ଉର୍ଫି ଜାଭେଦ୍ ଅନେକ ସମୟରେ ତାଙ୍କର ଭିନ୍ନ ପୋଷାକ ପରିଧାନ ହେତୁ ହେଡଲାଇନରେ ରହିଥା’ନ୍ତି। ତାଙ୍କ ଚେହେରା ପାଇଁ ତାଙ୍କୁ ଅନେକ ସମୟରେ ଟ୍ରୋଲ ମଧ୍ୟ କରାଯାଇଥାଏ। ଅଜବ ପୋଷାକ ଯୋଗୁଁ ଅନେକ ଥର ଟ୍ରୋଲ ହୋଇଥିବା ଉର୍ଫି ଜାଭେଦ ଏବେ ବଲିଉଡରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଖବର ମିଳିଛି ଯେ ଉର୍ଫି ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବେ। ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ ଦିବାକର ବାନାର୍ଜୀଙ୍କ ଆଗାମୀ ଚଳଚ୍ଚିତ୍ର ‘ଏଲଏସଡି-୨’ ସହିତ ଅଭିନୟ ଜଗତରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରକୁ ଦର୍ଶକ ବହୁ ସମୟ ଧରି ଅପେକ୍ଷା କରିଥିଲେ। ବର୍ତ୍ତମାନ ଫିଲ୍ମଟି ଏପ୍ରିଲ ୧୯ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking