34.1 C
Bhubaneswar
Saturday, April 27, 2024
Homeଓଡିଶା75ତମ ସ୍ୱାଧୀନତା ଦିବସକୁ ମନରେଗା ମଜଦୁର ସଂମ୍ମାନ ଦିବସ ଭାବେ ପାଳିଲା ଅଣ ସଂଗଠିତ ଶ୍ରମିକ...

75ତମ ସ୍ୱାଧୀନତା ଦିବସକୁ ମନରେଗା ମଜଦୁର ସଂମ୍ମାନ ଦିବସ ଭାବେ ପାଳିଲା ଅଣ ସଂଗଠିତ ଶ୍ରମିକ କଂଗ୍ରେସ

ଯାଜପୁର : ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ 75ତମ ସ୍ୱାଧୀନତା ଦିବସ ପାଳନ କରା ଯାଇଛି l ସ୍ୱାଧୀନତା ଦିବସ ଅବସର ରେ କୋରେଇ ବ୍ଲକ ସମ୍ମୁଖରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ପତାକା ଉତ୍ତୋଳନ କରି କହିଲେକି ଅଣ ସଂଗଠିତ ଶ୍ରମିକ କଂଗ୍ରେସ ଆହ୍ୱାନ କ୍ରମେ ଆଜି ଦେଶ ତମାମ ସ୍ୱାଧୀନତା ଦିବସ କୁ ମନରେଗା ମଜଦୁର ସଂମ୍ମାନ ଦିବସ ଭାବେ ପାଳନ କରାଯାଉଅଛି l 23ଅଗଷ୍ଟ 2005ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହ ଗ୍ରାମାଞ୍ଚଳ ର ଶ୍ରମିକ ମାନଙ୍କୁ କର୍ମାଭିମୁଖୀ ଓ ଆର୍ଥିକ ସ୍ଵଛଳତା କୁ ଆଖି ଆଗରେ ରଖି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା )କାର୍ଯ୍ୟକାରୀ କରିଥିଲେ!ଆଜି କେନ୍ଦ୍ରରେ ବି ଜେ ପି ଓ ରାଜ୍ୟରେ ବି ଜେ ଡି ସରକାର ଏହି ଯୋଜନା କୁ ବାଟମାରଣା କରିବା ସହିତ ସରକାରୀ ଦଳର ମାଫିଆ ମାନେ ଏହି ଦୁର୍ନୀତି ରେ ସମ୍ପୃକ୍ତ ଥିବାରୁ ଏହା ବିରୁଦ୍ଧରେ ଗଣ ସଂଗ୍ରାମ କରିବାକୁ ଶ୍ରୀ ମହାନ୍ତି ଆହ୍ୱାନ କରିଥିଲେ l

ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ କୋରେଇ ବ୍ଲକ ପୂର୍ବତନ କଂଗ୍ରେସ ସଭାପତି ମଧୁସୂଦନ ସାହୁ, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ, ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ଜିଲ୍ଲା ଅଧକ୍ଷ ଚନ୍ଦ୍ରକାନ୍ତ ଖଣ୍ଡାଇ, କୋରେଇ ବ୍ଲକ ସଭାପତି ଅଜୟ କୁମାର ଦାସ, ସଂଯୋଜକ ସେକ ଆତାର ଉଦ୍ଦିନ ଅହମ୍ମଦ, ମନରେଗା ସଂଯୋଜକ ପରୀକ୍ଷିତ ମଲ୍ଲିକ, ମିର୍ଜା ଲୋକମାନ ବେଗ, ରବୀନ୍ଦ୍ର ମଲ୍ଲିକ,ବିଦ୍ୟାଧର ଜେନା, ଭାଗବତ ଜେନା, ପ୍ରଫୁଲ୍ଲ ଜେନା,ବିନୋଦ ବିହାରୀ ଜେନା ପ୍ରମୁଖ ମନରେଗା ଶ୍ରମିକ ମାନଙ୍କ 100ଦିନର କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ!ସଭାର ପ୍ରାରମ୍ଭରେ ବିଭିନ୍ନ ପଞ୍ଚାୟତ ଯଥା ଧନେଶ୍ୱର, ସାଦକପୁର, ତାରାକୋଟ, ହଳଦିଗାଡ଼ିଆ, ବରୁଣ୍ଡାଇ, ମକୁନ୍ଦପୁର, ଗୌରପୁର, ବନ୍ଦାଳ, ଜନହା, ବଡ଼ବିରୁହାଁ, ଖମଣ, ଗୋଳେଇ ପୁର, ପ୍ରଭୃତି ପଞ୍ଚାୟତ ରୁ ଆସିଥିବା ଜବ କାର୍ଡ ଧାରୀ 200ରୁ ଉର୍ଦ୍ଧ ଶ୍ରମିକ ମାନଙ୍କୁ ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ସଂମ୍ମାନିତ କରି ମାନପତ୍ର ପ୍ରଦାନ କରିଥି. ଏହି ଯୋଜନା ରେ ଜବ କାର୍ଡ ଧାରୀ ମାନଂକୁ କାର୍ଯ୍ୟ ନ ମିଳିଲେ ଆଗାମୀ ଦିନ ରେ କୋରେଇ ବ୍ଲକ ରେ ଦୁର୍ବାର ଅlନ୍ଧୋଲନ ହେବ ଏଥି ପାଇଁ ପ୍ରଶାସନ ସମ୍ପୂର୍ଣ ଦାୟୀ ରହିବେ ବୋଲି ଶ୍ରୀ ମହାନ୍ତି ଓଏନ କୁ ସୂଚନା ଦେଇ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking