37.1 C
Bhubaneswar
Thursday, March 28, 2024
Homeଅପରାଧନିଶାସକ୍ତ ଭାଇଙ୍କ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିବାର ବର୍ଗଙ୍କ ବିକ୍ଷୋଭ ପ୍ରଦର୍ଶନ ଦାବୀ

ନିଶାସକ୍ତ ଭାଇଙ୍କ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିବାର ବର୍ଗଙ୍କ ବିକ୍ଷୋଭ ପ୍ରଦର୍ଶନ ଦାବୀ

ଚଣ୍ଡିଗଡ଼: ପଞ୍ଜାବରେ ଅଗଷ୍ଟ ୧୨ରେ ଜଣେ ବ୍ୟକ୍ତିଙ୍କୁ ଦୁଇ ଜଣ ନିର୍ମମ ଭାବେ ମାଡ ମାରିଥିଲେ । ଗୁରୁତର ଆହତ ବ୍ୟକ୍ତିଙ୍କୁ GMCH-୩୨ କୁ ନିଆଯାଇଥିଲା ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ହାଲୋମାଜ୍ରା ବାସିନ୍ଦାଙ୍କ ଦେହାନ୍ତ ପରେ ତାଙ୍କ ପରିବାର ପୋଲିସ ନିକଟକୁ ଯାଇ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଥିଲେ । ଅଭିଯୁକ୍ତମାନେ ଶେଶ ପାଲ (କାଲା) ଏବଂ ଗୁଲୁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଉଭୟ ଅଭିଯୁକ୍ତ ଭାଇ ଅଟନ୍ତି ତା ସହ ନିଶାସକ୍ତ ମଧ୍ୟ ଅଟନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅତୀତରେ ମଧ୍ୟ ଦୁଇଜଣ ଦୁଷ୍କର୍ମକାରୀ ତୀକ୍ଷ୍ଣ ଅସ୍ତ୍ରରେ ଲୋକଙ୍କୁ ଆକ୍ରମଣ କରିଛନ୍ତି । ଉଭୟ କାଲା ଏବଂ ଗୁଲି ପୀଡିତା ବିପିନ କୁମାରଙ୍କୁ ଦୀର୍ଘ ସମୟ ଧରି ଜାଣିଥିଲେ । ଅଗଷ୍ଟ ୧୨ ରେ କୁମାର ତାଙ୍କ ଭଉଣୀକୁ କଲ୍ କରି ଦୁଇ ଭାଇ ତାଙ୍କୁ ମାଡ଼ ମାରୁଥିବା କହିଥିଲେ । ମହିଳା ଜଣକ କହିଛନ୍ତି ଯେ, ସେ ନିକଟସ୍ଥ ଡିସପେନସାରୀ ରାମ ଦାରବରକୁ ଯାଇ ସେଠାରେ ତାଙ୍କ ଭାଇଙ୍କୁ ଆହତ ଅବସ୍ଥାରେ ଦେଖିଥିଲେ । ବିପିନ କୁମାରଙ୍କ ପାଟିରୁ ରକ୍ତସ୍ରାବ ହେଉଥିବାରୁ ତାଙ୍କ ପରିବାର କୁମାରଙ୍କୁ GMCH-୩୨ କୁ ନେଇଯାଇଥିଲେ । ସୂଚନାନୁସାରେ, କୁମାରଙ୍କ ଭଉଣୀ ଗୁଲି, କାଲା ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏହି ଆକ୍ରମଣରେ ଦାୟୀ କରିଥିଲେ ମଧ୍ୟ ପୋଲିସର ଅନୁସନ୍ଧାନରୁ ତୃତୀୟ ବ୍ୟକ୍ତି ସମ୍ପୃକ୍ତ ନଥିବା ଜଣାପଡ଼ିଥିଲା ।

ଷ୍ଟେସନ ହାଉସ ଅଫିସର ସେକ୍ଟର ୩୧ ପୋଲିସ ଷ୍ଟେସନ, ଇନ୍ସପେକ୍ଟର ନରିନ୍ଦର ପାଟିଆଲ କହିଛନ୍ତି, “ଅଭିଯୁକ୍ତ ଶିଶ ପାଲ ପୋଲିସ ହେପାଜତରେ ଅଛନ୍ତି । ତାଙ୍କ ଫେରାର ଭାଇ ଗୁଲିଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ । ପରିବାର ସଦସ୍ୟଙ୍କୁ ନ୍ୟାୟ ମିଳିବ । ଏଥିରେ ଜଡ଼ିତ ଥିବା କୌଣସି ଅଭିଯୁକ୍ତକୁ ଛଡ଼ାଯିବ ନାହିଁ । ସେ କହିଛନ୍ତି ଯେ, ଏକ ମାମଲା ରୁଜୁ ହୋଇଛି ଏବଂ ଦ୍ୱିତୀୟ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚାଲିଛି ।

ମୃତକଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ, ଯଦି ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରା ନ ଯାଏ ତେବେ ସେମାନେ ଖଣ୍ଡଗିରି ପୋଲିସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking