33.1 C
Bhubaneswar
Sunday, May 5, 2024
Homeଓଡିଶାଅଣସଂଗଠିତ ଶ୍ରମିକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅସମ୍ବେଦନ ଆଚରଣ : ସତ୍ୟବ୍ରତ ପଣ୍ଡା

ଅଣସଂଗଠିତ ଶ୍ରମିକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅସମ୍ବେଦନ ଆଚରଣ : ସତ୍ୟବ୍ରତ ପଣ୍ଡା

 ୩୮କୋଟି ଅସଂଗଠିତ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ପାଣ୍ଠି ଓ ୨୭କୋଟି ଅଣସଂଗଠିତ ଶ୍ରମିକମାନଙ୍କୁ ନୂଆ ପରିଚୟ
 ଓଡ଼ିଶାର ପ୍ରତ୍ୟେକ ୧୦ଜଣ ଶ୍ରମିକଙ୍କ ମଧ୍ୟରୁ ୯ଜଣ ଅସଗଂଠିତ, ୮୮.୩୫ଲକ୍ଷ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ନିଜ ନାମ ପଞ୍ଜୀକୃତ କରିଛନ୍ତି
 ଓଡ଼ିଶାର ୯୪% ଜଣ ମାସିକ ୧୦ହଜାର ଟଙ୍କାରୁ କମ୍ ଆୟରେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି
 ରାଜ୍ୟରେ ଅସଂଗଠିତ ଶ୍ରମିକଙ୍କ ମଧ୍ୟରୁ ୫୮% ହେଉଛନ୍ତି ୧୮ ରୁ ୪୦ବର୍ଷ ବୟସ
 ୩୯.୫% ପଛୁଆ ବର୍ଗ, ୩୫% ଆଦିବାସୀ ଓ ଦଳୀତ ବର୍ଗ ଓ ୨୪% ସାଧାରଣ ବର୍ଗ, ୨୧ଲକ୍ଷ ଶ୍ରମିକଙ୍କ ବ୍ୟାଙ୍କ ଖାତା ନାହିଁ
 ମନରେଗା ଯୋଜନାର ମଣିଷ ବଦଳରେ ମେସିନ ବ୍ୟବହାର କରୁଛନ୍ତି ରାଜ୍ୟ ସରକାର
 ୨୨ବର୍ଷ ଶାସନରେ ଲୋକଙ୍କୁ କର୍ମ ନିଯୁକ୍ତି ଦେବାରେ ଓ ଭିତିଭୂମିର ବିକାଶ କରିବାରେ ସମ୍ପୂର୍ଣ୍ଣ ବିଫଳ ଶାସକ ବିଜେଡି
 କରୋନା ସମୟରେ ରାଜ୍ୟକୁ ଆସିଥିବା ପ୍ରବାସୀ ଓଡିଆ ଶ୍ରମିକ ତାଲିକା ପ୍ରସ୍ତୁତି ନକରିପାରିବା ରାଜ୍ୟ ସରକାରଙ୍କ ଅତ୍ୟନ୍ତ ଖାମଖିଆଲ ମନୋଭାବ
 ଓଡିଆଙ୍କୁ ଗରିବ ରଖି ଭୋଟ ହାତେଇ କ୍ଷମତାରେ ରହିବାର କାର୍ଯ୍ୟ କରୁଛି ଶାସକ ବିଜେଡି
ଭୁବନେଶ୍ୱର : ଦେଶର କୋଟି କୋଟି ଶ୍ରମିକ ଏବଂ କର୍ମଜୀବୀମାନଙ୍କର ସାମର୍ଥ୍ୟ ଆଜି ନୂତନ ଭାରତର ଆଧାରସ୍ତମ୍ଭ ପାଲଟିଛି । ସାଧାରଣ ଲୋକଙ୍କ ସୁରକ୍ଷାରେ ହିଁ ଦେଶର ମଜବୁତ ଭବିଷ୍ୟତ ଲୁଚି ରହିଛି । ଦେଶରେ ଅଣସଂଗଠିତ ଶ୍ରମିକମାନଙ୍କ ସୁବିଧା, ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ସହ ନିଜ ରାଜ୍ୟରେ ସ୍ୱାବଲମ୍ବି ହୋଇପାରିବେ ସେଥିନେଇ ଯଶ୍ୱସୀ ପ୍ରଧାନମନ୍ତ୍ରୀ ୮ଟି ଯୋଜନା ପ୍ରଣୟନ କରିଛନ୍ତି । ସେହି ଯୋଜନା ଗୁଡ଼ିକ ହେଲା-ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, କୋଠାବାଡି ନିର୍ମାଣ ଶ୍ରମିକ, ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା , ଜନନୀ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା । ପ୍ରଧାନମନ୍ତ୍ରୀ ମୋଦୀ କରୋନା ସମୟରେ ରାଜ୍ୟବାସୀଙ୍କୁ ୪୬୨୧ଶ୍ରମିକ ସ୍ପେଶାଲ ଟ୍ରେନ ସହ ୫କିଲୋ ମାଗଣା ରାସନ ଯାହା ସାଧାରଣ ଗରିବ ଲୋକେ ବଂଚିବାର ରାହା ଦେଖାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଶ୍ରମଯୋଗୀ ମାନଧନ ଯୋଜନାରେ ପେନସନ ସମ୍ମାନ ମିଳୁଛି । ଏହି ଯୋଜନାରେ ମାସକୁ ୩୦୦୦ଟଙ୍କା ମିଳିବାର ବ୍ୟବସ୍ଥା ହୋଇଛି । ଏହି ଯୋଜନାରେ ଏବେ ସୁଦ୍ଧା ୪୬.୫ଲକ୍ଷ ଅସଂଗଠିତ ଶ୍ରମିକ ସାମିଲ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଅଣସଂଗଠିତ ଶ୍ରମିକମାନଙ୍କୁ ମିଳିଛି କୌଶଳର ଶକ୍ତି, ପୂର୍ବରୁ ନେଇଥିବା ପ୍ରଶିକ୍ଷଣକୁ ମଧ୍ୟ ମିଳୁଛି ମାନ୍ୟତା । ମୋଦୀ ୩୦ଲକ୍ଷ ଉଠାଦୋକାନୀଙ୍କୁ ୩.୨ହଜାର କୋଟି ଟଙ୍କାର ଋଣ ଯୋଗାଇଛନ୍ତି । ୨୯ଟି ଶ୍ରମ ଆଇନର ସରଳୀକରଣ ସହିତ ୪ଟି ଶ୍ରମ ସଂହିତା କାର୍ଯ୍ୟକାରୀ କରାଯାଇଛି । ୩୮କୋଟି ଅସଂଗଠିତ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ପାଣ୍ଠି, ଜାତୀୟ ଡାଟାବେସ ଇ-ଶ୍ରମ ସହ ଯୋଡି ହୋଇଥିବା ୨୭କୋଟି ଅଣସଂଗଠିତ ଶ୍ରମିକମାନଙ୍କୁ ମିଳିଛି ଏକ ନୂଆ ପରିଚୟ । ଏକ ଦେଶ ଏକ ରାସନ କାର୍ଡ ଅଧୀନରେ ସାରା ଦେଶର ୫ଲକ୍ଷ ରାସନ କେନ୍ଦ୍ର ମଧ୍ୟରୁ ଯେକୌଣସି କେନ୍ଦ୍ରରୁ ରାସନ ନେବାର ସୁବିଧା କରାଯାଇଛି । ଯଦ୍ୱାରା ପ୍ରବାସୀ ଶ୍ରମିକମାନଙ୍କର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦି ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଅନ୍ୟ ପଟେ ଅପାରଗ ରାଜ୍ୟ ସରକାର ଓଡ଼ିଶାରେ କେତେ ଦାଦନ ଶ୍ରମିକ ଅଛନ୍ତି ତାହାର ତାଲିକା ପ୍ରସ୍ତୁତ କରିବା ଓ ପରିଚୟ ପତ୍ର ଦେବାରେ ବିଫଳ ହୋଇଛନ୍ତି । ବିଡମ୍ବନାର ବିଷୟ ଏହି କି ଯେ, ଅଣସଂଗଠିତ ଶ୍ରମିକ ସଠିକ ତାଲିକା ପ୍ରସ୍ତୁତ କରିବା ପାଇଁ ଆନ୍ତରିକତା ଦେଖାଉ ନାହାନ୍ତି ରାଜ୍ୟ ସରକାର । ନିଜର ଅପାରଗତା ଧରା ପଡ଼ିଯିବା ଭୟରେ ହୁଏତ ସଠିକ ତାଲିକା ପ୍ରସ୍ତୁତ କରୁନାହାନ୍ତି ରାଜ୍ୟ ସରକାର । ଆଜି ବି ପଶ୍ଚିମ ଓଡ଼ିଶାରେ ଅନେକ ଗାଁ ପୁରୁଷଶୂନ୍ୟ ଗାଁରେ ପରିଣତ ହୋଇଛି । ପେଟ ପୋଷିବା ପାଇଁ ରାଜ୍ୟରେ କାମ ନପାଉଥିବା କାରଣରୁ ବିକଳ ହୋଇ ଘରେ ତାଲା ପକାଇ ଦାଦନ ଖଟିବାକୁ ଯାଉଛନ୍ତି ଅନ୍ୟ ରାଜ୍ୟକୁ । ଓଡ଼ିଶାର ପ୍ରତ୍ୟେକ ୧୦ଜଣ ଶ୍ରମିକଙ୍କ ମଧ୍ୟରୁ ୯ଜଣ ଅସଗଂଠିତ କ୍ଷେତ୍ରରେ କାମ କରିଥାନ୍ତି । ୮୮.୩୫ଲକ୍ଷ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ନିଜ ନିଜ ନାମ ପଞ୍ଜୀକୃତ କରିଛନ୍ତି, ଯାହାକି ସମଗ୍ର ଦେଶରେ ସର୍ବାଧିକ । ଓଡ଼ିଶାର ଅଶସଂଗଠିତ ଶ୍ରମ ଶକ୍ତିର ୯୪% ଜଣ ମାସିକ ୧୦ହଜାର ଟଙ୍କାରୁ କମ୍ ଆୟରେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଏ ଦୃଷ୍ଟିରୁ ଓଡ଼ିଶାର ସ୍ଥାନ ତଳଆଡୁ ଦ୍ୱିତୀୟ । ରାଜ୍ୟରେ ଅସଂଗଠିତ ଶ୍ରମିକଙ୍କ ମଧ୍ୟରୁ ୫୮% ହେଉଛନ୍ତି ୧୮ ରୁ ୪୦ବର୍ଷ ବୟସର ଯୁବକ । ସର୍ବାଧିକ ୩୯.୫% ହେଉଛନ୍ତି ପଛୁଆ ବର୍ଗର । ସେହିପରି ୩୫% ହେଉଛନ୍ତି ଆଦିବାସୀ ଓ ଦଳୀତ ବର୍ଗର ହୋଇଥିବାବେଳେ ୨୪% ସାଧାରଣ ବର୍ଗର । ୨୪% ଅଣସଂଗଠିତ ଶ୍ରମିକଙ୍କର ବା ୨୧ଲକ୍ଷ ଶ୍ରମିକଙ୍କ ବ୍ୟାଙ୍କ ଖାତା ନାହିଁ । ଏଥିରୁ ଅଣସଂଗଠିତ ଶ୍ରମିକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
କରୋନା ସମୟରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ପାଇଁ ଓଡ଼ିଶା ରାଜ୍ୟକୁ କେନ୍ଦ୍ର ସରକାର ଅପର୍ଯ୍ୟାପ୍ତ ଅର୍ଥ ଦେବା ସାଙ୍ଗକୁ ମଜୁରୀର ପରିମାଣକୁ ବୃଦ୍ଧି କରିଥିଲେ । ଦୁର୍ଭାଗ୍ୟଜନକ ବିଷୟ ଯେ, ରାଜ୍ୟ ସରକାରଙ୍କ ଅପାରଗତା ଓ ଦୁର୍ନୀତିଖୋର ମନୋଭାବ ପାଇଁ ମନରେଗା ଯୋଜନାର କାର୍ଯ୍ୟକୁ ମଣିଷ ବଦଳରେ ମେସିନ କାମ କରୁଛି । ଯାହାଫଳରେ ରାଜ୍ୟରେ ଅଣସଂଗଠିତ ଶ୍ରମିକମାନେ କାମ ପାଇବାରୁ ବଂଚିତ ହେଲେ ଓ ଶେଷରେ ନିରୁପାୟ ହୋଇ ଘରକୁ ଫେରିଥିବା ଶ୍ରମିକମାନେ ଅନ୍ୟ ରାଜ୍ୟକୁ ଦାଦନ ଘଟିଯିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି । କରୋନା ସମୟରେ ଶ୍ରମିକମାନଙ୍କର ସାମାଜିକ ଓ ଆର୍ôଥକ ସୁରକ୍ଷା ପ୍ରସଙ୍ଗରେ ବଡ଼ ବଡ଼ କଥା ଓ ବହୁ ପ୍ରଚାର କରୁଥିବା ରାଜ୍ୟ ସରକାର ରାଜ୍ୟରେ କୃଷି, ଶିଳ୍ପ, ପ୍ରଯ୍ୟଟନ ଓ ଅନ୍ୟାନ୍ୟ କର୍ମନିଯୁକ୍ତି ସୃଷ୍ଟି କଲେ ନାହିଁ । ଯଦ୍ଦ୍ୱାରା ସେମାନଙ୍କୁ ରାଜ୍ୟରେ କାମ ମିଳୁନାହିଁ । ଅନ୍ୟ ରାଜ୍ୟରେ କାମ ମିଳୁଥିବାବେଳେ ଓଡ଼ିଶାର ଲୋକ ନିଜ ରାଜ୍ୟରେ କାମ ପାଉନାହିଁ କାହିଁକି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି । ୨୨ବର୍ଷ ଶାସନରେ ଲୋକଙ୍କୁ କର୍ମ ନିଯୁକ୍ତି ଦେବାରେ ଓ ଭିତିଭୂମିର ବିକାଶ କରିବାରେ ସମ୍ପୂର୍ଣ୍ଣ ବିଫଳ ଓ ଓଡିଆଙ୍କୁ ଗରିବ ରଖି ଭୋଟ ହାତେଇ କ୍ଷମତାରେ ରହିବାର କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଏବଂ ପ୍ରଦେଶର ସାମାଜିକ ସଂଗଠନ ସଂଯୋଜକ ଶ୍ରୀ ରଶ୍ମିରଞ୍ଜନ କାନୁନଗୋ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking