37.1 C
Bhubaneswar
Sunday, May 5, 2024
Homeଓଡିଶାଅଣାୟତ୍ତ ହେଉଛି ପେଟ୍ରୋଲ ଦର

ଅଣାୟତ୍ତ ହେଉଛି ପେଟ୍ରୋଲ ଦର

ଭୁବନେଶ୍ୱର : ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବେଲଗାମ ଭା‌ବେ ବଢ଼ିଚାଲିଛି। ସରକାରୀ ତେଲ କମ୍ପାନି ଗୁଡ଼ିକ ପ୍ରାୟ ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର ବଢ଼ାଇ ଚାଲିଛନ୍ତି। ଦୁଇ ଇନ୍ଧନ ଦର ଏତେ ମହଙ୍ଗା ହୋଇଯାଇଛି ଯେ ସାଧାରଣ ବର୍ଗର ଗ୍ରାହକ ପେଟ୍ରୋଲ ପମ୍ପକୁ ଯାଇ ତେଲ ପକାଇବାକୁ ଡରିବା ଆରମ୍ଭ କରିଦେଇଛନ୍ତି। ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଜପତି ଆଦି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ଦର ଉପକୂଳବର୍ତ୍ତୀ ଜିଲ୍ଲା ତୁଳନାରେ ବହୁ ଅଧିକ ରହିଛି। ମାଲକାନଗିରିରେ ଆଜି ପେଟ୍ରୋଲ ଦର ୧୧୨ ଟଙ୍କା ଟପି ୧୧୨ ଟଙ୍କା ୩୬ ପଇସା ରହିଛି।

ସେହିଭଳି ଡିଜେଲ ଦର ସେଠାରେ ୧୦୮ ଟଙ୍କା ଟପି ୧୦୮ ଟଙ୍କା ୫୬ ପଇସାରେ ପହଞ୍ଚିଛି। ତେବେ ମାଲକାନଗିରି ଜିଲ୍ଲାର ଉପାନ୍ତ କାଲିମେଳା ବ୍ଲକରେ ତେଲ ଦର ରାଜ୍ୟରେ ସର୍ବାଧିକ ରହିଛି। ବର୍ତ୍ତମାନ ଏହି ବ୍ଲକରେ ପେଟ୍ରୋଲ ଦର ଲିଟର ପିଛା ୧୧୩ ଟଙ୍କା ୩୯ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଦର ମଧ୍ୟ ବୃଦ୍ଧି ପାଇ ୧୦୯ ଟଙ୍କା ୫୦ ପଇସା ରହିଛି।

ସ୍ପିଡ୍ ପେଟ୍ରୋଲ ଦର ୧୧୬ ଟଙ୍କା ୫୪ ପଇସାରେ ବିକ୍ରି ହେଉଛି। ନବରଙ୍ଗପୁରରେ ପେଟ୍ରୋଲ ଦର ରବିବାର ଦିନ ୧୧୧ ଟଙ୍କା ୪୫ ପଇସା ଏବଂ ଡିଜେଲ ଦର ୧୦୭ ଟଙ୍କା ୬୮ ପଇସା ଛୁଇଁଛି। ରାୟଗଡ଼ାରେ ଏହା ୧୧୦ ଟଙ୍କା ୬୧ ପଇସା ଏବଂ ୧୦୬ ଟଙ୍କା ୮୪ ପଇସାରେ ପହଞ୍ଚିଛି। ଭବାନୀପାଟଣାରେ ମଧ୍ୟ ପେଟ୍ରୋଲ ମୂଲ୍ୟ ୧୦୯ ଟଙ୍କା ୭୪ ପଇସା ଏବଂ ଡିଜେଲ ଦର ୧୦୬ ଟଙ୍କା ୩ ପଇସାରେ ପହଞ୍ଚିଯାଇଛି। ‌ସେପ୍ଟେମ୍ବର ମାସ ଶେଷ ସପ୍ତାହରୁ ଆଜି ମଧ୍ୟରେ ରାଜ୍ୟରେ ଡିଜେଲ ଦର ଲିଟର ପିଛା ୭ ଟଙ୍କାରୁ ଅଧିକ ଏବଂ ପେଟ୍ରୋଲ ଦର ପାଖାପାଖି ୫ ଟଙ୍କା (୪ ଟଙ୍କା ୭୩ ପଇସା) ବଢ଼ିଲାଣି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking