30.1 C
Bhubaneswar
Saturday, April 27, 2024
Homeଓଡିଶାହାତୀ ଆକ୍ରମଣରେ ଦାଦା ପୁତୁରାଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ଦାଦା ପୁତୁରାଙ୍କ ମୃତ୍ୟୁ

ରେଢାଖୋଲ: ରେଢାଖୋଲରେ ହାତୀ ଉପଦ୍ରବ । ରେଢାଖୋଲ ସଂରକ୍ଷିତ ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ଦାଦା ପୁତୁରାଙ୍କ ମୃତ୍ୟୁ ହୋଇଛି । ଦାଦା ଓ ପୁତୁରା ସାଇକେଲରେ ଯାଉଥିବା ବେଳେ ହାତୀ ଆକ୍ରମଣ କରି ଦଳିଦେଇଛି । ମୃତ ଦାଦା ଦୁଶାସନ ଭୋଇଙ୍କ ବୟସ ୨୭ ବର୍ଷ ହୋଇଥିବା ବେଳେ ପୁତୁରା ରତିକଙ୍କୁ ମାତ୍ର ୫ ବର୍ଷ ବୟସ ହୋଇଥିଲା । ଦାଦା ପୁତୁରାଙ୍କ ଘର ଡିମିରିକୁଦା ଗାଁରେ ବୋଲି ଜଣାପଡିଛି । ଗତକାଲି ସଂଧ୍ୟାରେ ଦୁଃଶାସନ ଓ ରତିକ ସାଇକେଲରେ ବିଜୟୱାଡା-ରାଂଚି ରାଜପଥରେ ବୁୁଲୁଥିଲେ । ରାତିରେ ଘରକୁ ନ ଫେରିବାରୁ ସେମାନଙ୍କୁ ଖୋଜା ଯାଇଥିଲା । ଆଜି ସକାଳେ ରାସ୍ତାକଡରେ ଦୁଃଶାସନଙ୍କ ସାଇକେଲ୍ ପଡିଥିବା ଗାଁ ଲୋକେ ଦେଖିଥିଲେ । ଜଙ୍ଗଲରେ ଖୋଜାଖୋଜି କଲା ପରେ ଉଭୟଙ୍କ ମୃତଦେହ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking