30.1 C
Bhubaneswar
Thursday, May 21, 2026
Homeଓଡିଶାରାଜ୍ୟରେ ଅସମ୍ଭାଳ ତାତି: ୨୧ ସହର ତାପମାତ୍ରା ୪୦ ଡିଗ୍ରି ଉପରେ !

ରାଜ୍ୟରେ ଅସମ୍ଭାଳ ତାତି: ୨୧ ସହର ତାପମାତ୍ରା ୪୦ ଡିଗ୍ରି ଉପରେ !

ଭୁବନେଶ୍ୱର: ରାଜ୍ୟରେ ତାତି ଓ ଗୁଳୁଗୁଳି ଆଜି ସାଙ୍ଘାତିକ ସ୍ତରରେ ପହଞ୍ଚିଥିଲା । ପଶ୍ଚିମ ଜଳୁଥିବା ବେଳେ ପ୍ରବଳ ଗୁଳୁଗୁଳିରେ ଉପକୂଳବାସୀ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି । ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡାରେ ୪୪.୮ ଡିଗ୍ରି ରେକର୍ଡ ହୋଇଛି । ରାଜ୍ୟର ୨୧ ଟି ସହର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା । ହୀରାକୁଦରେ ୪୪ ଡିଗ୍ରି , ଅନୁଗୁଳ ଓ ସମ୍ବଲପୁରରେ ୪୩.୬ ଡିଗ୍ରୀ , ବୌଦ୍ଧ, ତାଳଚେରରେ ୪୩ ଡିଗ୍ରୀ , ସୋନପୁରରେ ୪୨.୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତାକାଲିଠୁ ଆହୁରି ୨ରୁ ୩ ଡିଗ୍ରୀ ଯାଏ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତାପମାତ୍ରା ବୃ୍‌ଦ୍ଧି ସହ ଆର୍ଦ୍ରତାର ପ୍ରଭାବରେ ଉପକୂଳର ସ୍ଥିତି ଆହୁରି ସଙ୍ଗୀନ ହେଉଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା , ନୟାଗଡ, ଗଞ୍ଜାମ, ଗଜପତି, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ଗରମ ସହ ଗୁଳୁଗୁଳିରେ ଅନୁଭୂତ ହେବ । ଏଣୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସବୁ ଜିଲ୍ଲା ପାଇଁ ୟେଲ୍ଲୋ ୱାଣ୍ଣିଂ ଜାରି ହୋଇଛି । ଏଥିସହ ମୟୁରଭଞ୍ଜ, କେନ୍ଦୁଝର , ସୁନ୍ଦରଗଡ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ କଟକ ଜିଲ୍ଲାରେ ବିଜୁଳି, ଘଡଘଡି ସହ କାଳବୈଶାଖୀ ବର୍ଷା ସମ୍ଭାବନାକୁ ନେଇ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି । ଏପଟେ, ଆସନ୍ତା ୩ରୁ ୪ ଦିନରେ ମୌସୁମୀ ସକ୍ରିୟ ହେବା ନେଇ ଅନୁକୂଳ ପରିବେଶ ରହିଛି । ଏଥିସହ ୨୬ ତାରିଖ ସୁଦ୍ଧା ମୌସୁମୀ କେରଳମ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking