ଭୁବନେଶ୍ୱର: ଉତ୍ତପ୍ତ ଓଡିଶା । ଡହଡହ ତାତିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସକାଳ ୯ଟା ବେଳକୁ ଘରୁ ବାହାରିବା ମୁସ୍କିଲ ହେଉପଡୁଛି । ତେବେ ବିଗତ ଦିନ ଭଳି ଆଜି ବି ରାଜ୍ୟର ଏକାଧିକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଗତକାଲି ଝାରସୁଗୁଡାରେ ସର୍ବାଧିକ ୪୩.୪ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଥିଲା । ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା । ତେବେ ଆଞ୍ଚଳିକ ପାଣିପାଗ ବିବାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୩ ଦିନ ଆହୁରି ଅସହ୍ୟ ହେବ ଖରା ଗରମ । ପଶ୍ଚିମ ଓଡିଶାର କିଛି କିଛି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିବା ନେଇ ଆକଳନ କରାଯାଇଛି । ଖରା ଗରମକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।









