ଅନୁଗୁଳ: ପୁଣି ହାତୀ ମଣିଷ ଲଢେଇ । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ । ଅନୁଗୁଳ ଛେଣ୍ଡିପଦା ବନାଞ୍ଚଳ ପାଟକୁମୁଣ୍ଡା ଜଙ୍ଗଲମୌଜା ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଟାଙ୍ଗିରୀ ଗାଁର ବିନ ବେହେରା । ଆମ୍ବ ଗୋଟାଇବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା । ସେପଟେ ଅନୁଗୁଳ ଦେବଗଡ ସୀମାନ୍ତ ରିଆମାଳ ରେଞ୍ଜ ମାଝି ନୂଆପଡା ଗାଁରେ ହାତୀ ଆକ୍ରମଣରେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କ ନାମ ମନ୍ଦୋଦରୀ ଦେହୁରୀ । ତାଙ୍କୁ ପ୍ରଥମେ ଛେଣ୍ଡିପଦା ଡାକ୍ତରଖାନା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।










