24.1 C
Bhubaneswar
Thursday, May 9, 2024
Homeଅପରାଧ୨ ବର୍ଷର ପୁଅ ହାତରେ ଚାଲିଗଲା ମା’ର ଜୀବନ, ଶେଷରେ....

୨ ବର୍ଷର ପୁଅ ହାତରେ ଚାଲିଗଲା ମା’ର ଜୀବନ, ଶେଷରେ….

ନୂଆଦିଲ୍ଲୀ : ୨ ବର୍ଷର ପୁଅ ହାତରେ ଚାଲିଗଲା ମା’ର ଜୀବନ । ବାପାଙ୍କ ବନ୍ଧୁକରେ ଖେଳୁ ଖେଳୁ ଟ୍ରିଗର ଚିପି ଦେଇଥିଲା ପୁଅ । ଏହି ଗୁଳି ସିଧା ଯାଇ ବାଜିଥିଲା ମା’ର ମୁଣ୍ଡରେ । ଫଳରେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲା ମା’ । ଏହି ମାମଲାରେ ପୋଲିସ ମୃତା ମହିଳାଙ୍କ ସ୍ୱାମୀକୁ ଗିରଫ କରିଛି । ଆମେରିକାର ମଧ୍ୟ-ଫ୍ଲୋରିଡ଼ାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ବାପାଙ୍କ ହ୍ୟାଣ୍ଡଗନ୍ ଦୁଇ ବର୍ଷର ପୁଅ ହାତରେ ପଡ଼ିଯାଇଥିଲା । ସେ ଏହାକୁ ଖେଳଣା ଭାବି ଖେଳୁଥିବା ବେଳେ ଟ୍ରିଗର ଚିପି ଦେଇଥିଲା । ଘରେ ଜୁମ୍ କଲରେ ମିଟିଂ କରୁଥିବା ମା’ ଦେହରେ ବାଜିଥିଲା ଏହି ଗୁଳି । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଏହି ମାମଲାରେ ପୋଲିସ ପିଲାର ବାପା ୨୨ ବର୍ଷୀୟ ଭେଓନ୍‌ଡ୍ରେ ଏଭରୀଙ୍କୁ ଗିରଫ କରିଛି । ତାଙ୍କ ଉପରେ ହତ୍ୟା ଓ ବନ୍ଧୁକ ରଖିବାରେ ଅବହେଳା କରିଥିବା ନେଇ ମାମଲା ରୁଜୁ ହୋଇଛି । ତଦନ୍ତକାରୀ ଟିମ୍ କହିଛି ଯେ ୧୧ ଅଗଷ୍ଟ ଦିନ ୨ ବର୍ଷର ପୁଅକୁ ବାପାଙ୍କ ବ୍ୟାଗ୍‌ରୁ ଏକ ବନ୍ଧୁକ ମିଳିଥିଲା । ସେ ସେଥିରେ ଖେଳୁ ଖେଳୁ ଭୁଲବଶତଃ ଟ୍ରିଗର ଚିପି ଦେଇଥିଲା । ଫଳରେ ଗୁଳି ଯାଇ ମା’ ଶମାୟା ଲିନ୍‌ଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ତାଙ୍କ ମୃତ୍ୟୁ ହୋଇଛି । ଶମାୟା ସେହି ସମୟରେ ଘରେ ଅଫିସର ଜୁମ୍ ମିଟିଂରେ ଥିଲେ । ଶମାୟା ମିଟିଂ ମଝିରେ ଟଳିପଡ଼ିବାରୁ ଭିଡିଓ କଲରେ ଥିବା ତାଙ୍କ ଅଫିସ ସହକର୍ମୀ ଏନେଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ସେ ପୋଲିସକୁ କହିଥିଲେ ଯେ କ୍ୟାମେରାରେ ଶମାୟାଙ୍କ ପଛରେ ତାଙ୍କୁ ଗୁଳି ଚାଲିବାର ଶବ୍ଦ ଶୁଭିଥିଲା । ପରେ ଛୁଆ କାନ୍ଦିବା ଶବ୍ଦ । ଖବର ପାଇ ପୋଲିସ ଘରେ ପହଞ୍ଚି ଦେଖିବା ବେଳକୁ ଘର ସାରା ରକ୍ତ ପଡ଼ିଥିଲା ଓ ଛୁଆଟି ହାତରେ ବନ୍ଧୁକ ଧରି ବସି କାନ୍ଦୁଥିବାର ଦେଖିଥିଲା । ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନେଇଥିଲା । ରିପୋର୍ଟରୁ ଜଣାପଡ଼ିଛି ଯେ ବନ୍ଧୁକର ଗୁଳି ମୁଣ୍ଡରେ ବାଜିବା ପରେ ଶମାୟାଙ୍କ ହାର୍ଟ ବନ୍ଦ ହୋଇଯାଇଥିଲା । ଫଳରେ ତାଙ୍କ ମୃତ୍ୟୁ ଘଟିଛି । ଏହି ମାମଲାରେ ବନ୍ଧୁକ ରଖିବାରେ ଅବହେଳା କରିଥିବାରୁ ପୋଲିସ ଶମାୟାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking