30.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଲୋନାଭଲାରେ ଇନ୍ଦୋର-ଦୌଣ୍ଡ ସ୍ପେଶାଲ ଟ୍ରେନ ଲାଇନଚ୍ୟୁତ

ଲୋନାଭଲାରେ ଇନ୍ଦୋର-ଦୌଣ୍ଡ ସ୍ପେଶାଲ ଟ୍ରେନ ଲାଇନଚ୍ୟୁତ

ମହାରାଷ୍ଟ୍ରର ପୁଣେ ନିକଟବର୍ତ୍ତୀ ଲୋନାଭଲା ଷ୍ଟେସନରେ ଇନ୍ଦୋର-ଦୌଣ୍ଡ ସ୍ପେଶାଲ ଟ୍ରେନ(02944) ଲାଇନଚ୍ୟୁତ ହୋଇଛି । ଫଳରେ ଟ୍ରେନର ୨ଟି କୋଚ ଟ୍ରେନ ଲାଇନରୁ ବାହାରେ ପଡିଥିବା ଦେଖିବାକୁ ମିଳିଛି । ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି । ସୋମବାର ଏହି ସ୍ପେଶାଲ ଟ୍ରେନ ଯାତ୍ରା କରୁଥିବା ସମୟରେ ଟ୍ରେନରେ ଥିଲେ ପ୍ରାୟ ୮୦ ଯାତ୍ରୀ । ଟ୍ରେନର ୨ଟି ଚକ ବାହାରି ପଡିବାରୁ ଘଟିଛି ଏହି ଦୁର୍ଘଟଣା । ତେବେ ସକାଳ ପ୍ରାୟ ୭ଟା ୩୦ ମିନିଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନଟି ଇନ୍ଦୋରରୁ ବାହାରି ମୁମ୍ବାଇର ଲୋନଭାଲା ଅଭିମୁଖେ ଯାଉଥିଲା । ଲୋନାଭଲା ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟ୍ରେନଟି ଦୁର୍ଘଟଣାର ଶିକାର ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking