29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଅନନ୍ତନାଗ ଏନ୍‌କାଉଣ୍ଟର୍‌ରେ ଦୁଇ ଆତଙ୍କୀ ସଫା

ଅନନ୍ତନାଗ ଏନ୍‌କାଉଣ୍ଟର୍‌ରେ ଦୁଇ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତାନାଗ ଜିଲ୍ଲାରେ ଶନିବା ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର୍‌ରେ ହିଜ୍‌ବୁଲ୍ ମୁଜାହିନ୍ଦିନ୍‌ର ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଅନନ୍ତନାଗ ଜିଲ୍ଲାର ବିଜବେହରାର ଶିତିପୁରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ସୁରକ୍ଷା କର୍ମୀ ଅଞ୍ଚଳକୁ ଘେରାଉ କରି ତଲାସୀ ଅଭିଯାନ ଚଳାଇଥିଲେ । ଏହି ସମୟରେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା ଏବଂ ସୁରକ୍ଷାକର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ଜଣେ ପୁଲିସ୍ ଅଧିକାରୀ କହିଛନ୍ତି । ନିହତ ଦୁଇ ଆତଙ୍କବାଦୀ ହିଜ୍‌ବୁଲ୍ ମୁଜାହିଦ୍ଦିନ୍ ସଂଗଠନ ସହିତ ସମ୍ପୃକ୍ତ ଥିବା କଶ୍ମୀର ଜୋନ୍ ପୁଲିସ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି ।

ଦୁଇ ଆତଙ୍କବାଦୀ ଅନନ୍ତନାଗର ଚାକବାନ୍‌ଗୁଣ୍ଡ୍ ନିବାସୀ ଇଶଫାକ୍ ଅହଗନୀ ଏବଂ ଅବନ୍ତୀପୁରାର ଡୋଗରୀପୁରା ନିବାସୀ ୟାବର୍ ଅୟୁବ୍ ଡାର୍ ଭାବେ ଚିହ୍ନଟ କରାଯାଇଛି । ସେମାନେ ବହୁ ଆତଙ୍କବାଦୀ ଘଟଣାରେ ସମ୍ପୃକ୍ତ ଥିଲେ । ସେହିପରି ଅନନ୍ତନାଗ ଘଟଣା ପୂର୍ବରୁ ଜମ୍ମୁ-କଶ୍ମୀର ପୁଲିସ ବାରାମୂଳା ଜିଲ୍ଲାରୁ ଆତଙ୍କବାଦୀଙ୍କ ଜଣେ ସହଯୋଗୀକୁ ଗିରଫ କରିଛି । ତା’ ପାଖରୁ ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ଜବତ କରାଯାଇଛି । ଶୁକ୍ରବାର ବାରାମୂଳାର ଔଥୁରା ପୋଲ ନିକଟରେ ସେନା ଓ ପୁଲିସର ମିଳିତ ଟିମ୍ ଗାଡ଼ି ଯାଞ୍ଚ କରୁଥିବା ବେଳେ ସନ୍ଦେହ ହେବାରୁ ସମ୍ପୃକ୍ତ ବ୍ୟକ୍ତିକୁ ରୋକିଥିଲେ । ସେ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ମିଳିତ ଟିମ୍ ତାକୁ ଧରିଥିଲା । ଶ୍ରକବାଡା ନିବାସୀ ସମ୍ପୃକ୍ତ ବ୍ୟକ୍ତିର ନାମ ମହମ୍ମଦ ସଲିମ୍ ଖାନ୍ । ଖାନ୍‌କୁ ଧରିବା ପରେ ଯାଞ୍ଚ୍ ଟିମ୍ ତା ପାଖରୁ ଗୋଟିଏ ପିସ୍ତଲ, ଗୋଟିଏ ମ୍ୟାଗ୍‌ଜିନ୍ ଏବଂ ପାଞ୍ଚଟି ଗୁଳି ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking