30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶକେରଳ ହେଟ୍ ସ୍ପିଚ୍ ମାମଲା: ଉତ୍ତେଜକ ସ୍ଳୋଗାନ ଦେଇଥିବା ନାବାଳକର ପିତା ଗିରଫ

କେରଳ ହେଟ୍ ସ୍ପିଚ୍ ମାମଲା: ଉତ୍ତେଜକ ସ୍ଳୋଗାନ ଦେଇଥିବା ନାବାଳକର ପିତା ଗିରଫ

କୋଚି : ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ)ର ରାଲିରେ ଉତ୍ତେଜକ ସ୍ଳୋଗାନ ଦେଇଥିବା ୧୧ ବର୍ଷୀୟ ନାବାଳକର ପିତାକୁ କେରଳ ପୁଲିସ ଶନିବାର ଗିରଫ କରିଛି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୨୦ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବିବାଦ ପରେ ନାବାଳକର ପରିବାର କୋଚିରେ ଲୁଚିଥିଲେ । ଘଟଣା ମେ ୨୧ ତାରିଖର । ପିଏଫ୍‌ଆଇ ରାଲିରେ ଜଣେ ବ୍ୟକ୍ତିଙ୍କ କାନ୍ଧରେ ବସିଥିବା ୧୧ ବର୍ଷର ନାବାଳକ ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ଙ୍କ ବିରୋଧରେ ଉତ୍ତେଜକ ସ୍ଳୋଗାନ ଦେଇଥିଲା । ଏହାର ଭିଡିଓ ଭାଇରାଲ୍ ହେବାପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ରାଲିର ଦୁଇଦିନ ପରେ ପୁଲିସ ନାବାଳର ସନ୍ଧାନ ପାଇଥିଲା ।

ଶନିବାର ପିତା କୋଚିରୁ ଅଲାପୁଝାସ୍ଥିତ ଘରକୁ ଫେରୁଥିବା ବେଳେ ପୁଲିସ ଗିରଫ କରିଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି । ଏହି ମାମଲାରେ କେରଳ ସରକାର ବାଳ କଲ୍ୟାଣ ସମିତିକୁ ନାବାଳକ ଉପରେ ଏକ ରିପୋର୍ଟ ଦାଖଲ କରିବେ । ଗିରଫ ନାବାଳକର ପିତା କହିଛି, କୌଣସି ଧର୍ମକୁ ଟାର୍ଗେଟ୍ କରିବା ଆମର ଉଦ୍ଦେଶ୍ୟ ନଥିଲା । ଏନ୍‌ଆର୍‌ସି ଏବଂ ସିଏଏ ବିରୋଧୀ ଆନ୍ଦୋଳନରେ ମଧ୍ୟ ଏହି ସ୍ଳେଗାନ୍ ଦେଉଥିଲୁ ବୋଲି ସେ କହିଛି । ଏହି ସ୍ଳୋଗାନ୍ ହିନ୍ଦୁ କିମ୍ବା ଖ୍ରୀଷ୍ଟିଆନ୍‌ଙ୍କ ବିରୋଧରେ ନୁହେଁ କେବଳ ସଂଘ ପରିବାର ବିରୋଧରେ ବୋଲି ନାବାଳକର ପିତା କହିଛି । କଥିତ ଘୃଣାପୂର୍ଣ୍ଣ ସ୍ଳୋଗାନ୍ ଦେଇଥିôବା ନାବାଳକକୁ ପରାମର୍ଶ ଦେବା ପାଇଁ ବାଳ କଲ୍ୟାଣ ଅଧିକାରୀମାନଙ୍କୁ କୁହାଯାଇଛି ବୋଲି ମଟ୍ଟନଚେରୀ ପୁଲିସ କମିଶନର୍ ବିଜି ରବୀନ୍ଦ୍ରନାଥ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking