30.1 C
Bhubaneswar
Friday, April 26, 2024
Homeଓଡିଶାପୋଖରୀରେ ବୁଡ଼ି ଦୁଇ ଛାତ୍ରୀ ମୃତ

ପୋଖରୀରେ ବୁଡ଼ି ଦୁଇ ଛାତ୍ରୀ ମୃତ

ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଭୁସକା ଗ୍ରାମର ଶାଳୁଆବନ୍ଧ ପୋଖରୀରେ ବୁଡ଼ି ସୋମବାର ଦୁଇଜଣ ତୃତୀୟ ଶ୍ରେଣୀ ଛାତ୍ରୀ ପ୍ରାଣ ହରାଇଛନ୍ତି। ପରିବାର ଲୋକଙ୍କ ଅଜାଣତରେ ଛାତ୍ରୀ ଦ୍ବୟ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଦୁଇଦିନ ତଳେ କାନପୁର ଥାନା ଅନ୍ତର୍ଗତ ରଙ୍ଗଡ଼ାବ ଗ୍ରାମର ସୁଧୀର ସାହୁଙ୍କ ଝିଅ ପୂଜାରାଣୀ ସାହୁ ପରିବାର ଲୋକଙ୍କ ସହ ନରସିଂହପୁର ଥାନା ଭୁସକା ଗ୍ରାମସ୍ଥିତ ମାମୁଁ ସୁଧୀର ରାଉଳଙ୍କ ଘରକୁ ବୁଲିବା ପାଇଁ ଯାଇଥିଲେ। ସୋମବାର ପୂଜାରାଣୀ ଓ ଉକ୍ତ ଗ୍ରାମର ଶିବସୁନ୍ଦର ପ୍ରଧାନଙ୍କ ଝିଅ ଶରଧା ପ୍ରଧାନ ପରିବାରବର୍ଗଙ୍କ ଅଜାଣତରେ ଗାଁମୁଣ୍ଡ ଶାଳୁଆବନ୍ଧ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ସ୍କୁଲ ଯିବା ସମୟ ହେବାରୁ ପରିବାର ଲୋକ ସେମାନଙ୍କୁ ଖୋଜାଖୋଜି କରିଥିଲେ। ମାତ୍ର ସେମାନଙ୍କ ପତ୍ତା ମିଳି ନ ଥିଲା। ଶେଷରେ, ଗ୍ରାମବାସୀ ପୋଖରୀ ପାଣିରୁ ଉଭୟଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକେୁ ନେଇଯାଇଥିଲେ । ହେଲେ ଭାଗ୍ୟର ବିଡମ୍ବନା ଡାକ୍ତର ଛାତ୍ରୀ ଦ୍ୱୟଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking