28.1 C
Bhubaneswar
Friday, April 26, 2024
Homeଅପରାଧସଡ଼କ ଦୁର୍ଘଟଣାରେ ମାମୁ, ଭାଣିଜୀ ମୃତ

ସଡ଼କ ଦୁର୍ଘଟଣାରେ ମାମୁ, ଭାଣିଜୀ ମୃତ

 
ମାର୍ଶାଘାଇ  : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ  ଚଣ୍ଡିଖୋଲ-ପାରାଦୀପ  ୫ ନଂ(କ)ଜାତୀୟ ରାଜପଥର  ଅନ୍ତର୍ଗତ ଟିକରପଙ୍ଗା ଛକ ନିକଟରେ  ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟି ମାମୁ, ଭାଣିଜୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରାଜେନ୍ଦ୍ର ଜେନା ଓ ତାଙ୍କ ୨ ବର୍ଷର ଭାଣିଜୀ ଶୁଭଲକ୍ଷ୍ମୀ । ଘଟଣାସ୍ଥଳରେ ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ କଟକରେ ଶୁଭଲକ୍ଷ୍ମୀର ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ,  ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟନଗର ଗ୍ରାମର ସାହାବାଜପୁର ଗ୍ରାମର ରାଜେନ୍ଦ୍ର ତାଙ୍କ ଭଉଣୀ ଗାୟତ୍ରୀ ମହାପାତ୍ର(୨୩) ଓ ୨ ବର୍ଷର ଭାଣିଜୀ ଶୁଭଲକ୍ଷ୍ମୀ ଏକ ବାଇକ୍ ରେ ପାରାଦୀପ ନୂଆଗଡ଼କୁ ଯାଉଥିଲେ । ଟିକରପଙ୍ଗା ଛକ ନିକଟରେ ଏକ ଲୁହାପଥର ବୋଝେଇ ଦଶଚକିଆ ଟ୍ରକ୍ ନଂ ଓଆର ୦୪ ଏଚ୍ ୬୫୪୯ ପଛପଟରୁ ଧକ୍କା ଦେଇଥିଲା । ଫଳରେ ଉଭୟ ବାଇକରୁ ଛିଟିକି ତଳେ ପଡ଼ିଯାଇଥିଲେ । ଥାନା ଅଧିକାରୀ କାଳିନ୍ଦୀ ବେହେରା ଓ ଥାନାର ଏସ୍‌ଆଇ ଦେବାଶିଷ ପଣ୍ଡା ମୃତ ରାଜେନ୍ଦ୍ରଙ୍କୁ ଷ୍ଟେଚରରେ ବୋହି ନେଇ ଆମ୍ବୁଲାନ୍ସରେ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ପଠାଇଥିଲେ । ଜିଲ୍ଲା ରେଡ୍‌କ୍ରସ୍ ପାଣ୍ଠିରୁ ମୃତ ରାଜେନ୍ଦ୍ରଙ୍କ ପରିବାରକୁ ୧୦ ହଜାର ଟଙ୍କାର ସହାୟତା ମିଳିଛି । ଏନେଇ ମାର୍ଶାଘାଇ ଥାନାରେ  ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଫିସର ଏସ୍‌ଆଇ ଦେବାଶିଷ ପଣ୍ଡାଙ୍କ ଠାରୁ ପ୍ରକାଶ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking