ବିଶ୍ୱ କ୍ୟାନ୍ସର ଦିବସ ପାଳିତ

ଭୁବନେଶ୍ୱର: କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ଦ୍ୱାରା ବିଶ୍ୱ କ୍ୟାନ୍ସର ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀ ଅରୂପ ପଟ୍ଟନାୟକ ସଭାପତିତ୍ୱ କରି କ୍ୟାନ୍ସର ରୋଗୀମାନେ କିପରି ଭୁବନେଶ୍ୱର ସରକାରୀ ହସ୍ପିଟାଲ ଏବଂ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସା କରି ରୋଗ ନିରୂପଣ ଓ ନିରାକରଣ କରିବେ ତାହା ଉପରେ ନିଜର ବକ୍ତବ୍ୟ ରଖିଥିଲେ । କୋଣାର୍କ କ୍ୟାନ୍ସର ଫାଉଣ୍ଡେସନର ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟ ଏବଂ ସାହାଯ୍ୟ ଉପରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡଃ ଅଶୋକ ପଟ୍ଟନାୟକ, ଆପୋଲ ହସ୍ପିଟାଲ ଭୁବନେଶ୍ୱର କ୍ୟାନ୍ସର ବିଭାଗର ମୁଖ୍ୟ ଡଃ. ଚିନ୍ମୟ କୁମାର ପାଣି ଏବଂ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ଭାରତୀୟ ହକି ଟିମର ସଦସ୍ୟ ସ୍ୱତନ୍ତ୍ର ଭାବରେ ଯୋଗ ଦେଇଥିଲେ । ହକିଟିମର କୋଚ ଶ୍ରୀ ପିଉସ କୁମାର ଦୁବେ କ୍ୟାନ୍ସର ସଚେତନତାକୁ ଆଧାର କରି ରୋଗୀଙ୍କର ସୁସ୍ଥତା ନିମନ୍ତେ ନିୟମିତ ଭାବରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ ହକି ଟିମ କ୍ୟାନ୍ସର ବିଭାଗ ପରିଦର୍ଶନ କରି ରୋଗୀମାନଙ୍କୁ ଫଳ ଆବଣ୍ଟନ କରିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ବିଷୟ ପଚାରି ବୁଝିଥିଲେ ।
ଏହି ସଭାରେ ଶ୍ରୀ ସଂଗ୍‌୍ରାମ ପାଇକରାୟ, ଶ୍ରୀ ଆକାଶ ନାୟକ, ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ଶ୍ରୀ ବିବେକାନନ୍ଦ ପଟ୍ଟନାୟକ, ଭାରତୀୟ ବାୟୁସେନାର ଭେଟେରିୟାନ ଶ୍ରୀ ପି.କେ.ରାୟ, ପୂର୍ବତନ କର୍ପୋରେଟର ଶ୍ରୀ ଅମରେଶ ଜେନା, ଶ୍ରୀ ଅଶ୍ୱିନୀ ସୁନ୍ଦରାୟ, ଶ୍ରୀ ସମୀର ପ୍ରଧାନ, ଶ୍ରୀ ହରେକୃଷ୍ଣ ନାୟକ, ଶ୍ରୀ ହୃଦୟ ବଲ୍ଲଭ ସାମନ୍ତରାୟ, ଶ୍ରୀ ନୀହାର ରଞ୍ଜନ ସାହୁ, ଶ୍ରୀ ପ୍ରଣବ କିଶୋର ସ୍ୱାଇଁ, ଶ୍ରୀମତୀ ସୂର୍ଯ୍ୟକାନ୍ତୀ ଜେନାଙ୍କ ସହିତ ଶ୍ରୀ ସତ୍ୟଜିତ ଦାସ ଏବଂ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି  କିଭଳି କର୍କଟ ରୋଗ ବ୍ୟାଧିକୁ ଚିହ୍ନଟ କରି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେଇ ରୋଗର ନିରାକରଣ କରିବା ନିମେନ୍ତ ବାର୍ତ୍ତା ରଖାଯାଇଥିଲା ଏବଂ କ୍ୟାନ୍ସର ସଚେତନତାକୁ ଆଧାର କରି ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା ।