32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଟ୍ୟୁବ୍‌ୱେଲ୍ ଗର୍ତ୍ତରେ ପଡ଼ି ଦୁଇଭାଇଙ୍କ ମୃତ୍ୟୁ

ଟ୍ୟୁବ୍‌ୱେଲ୍ ଗର୍ତ୍ତରେ ପଡ଼ି ଦୁଇଭାଇଙ୍କ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଉନ୍ନାଓ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଜିଲ୍ଲାର ସମାଧା ଗ୍ରାମରେ ୨୦ ଫୁଟ୍‌ର ଏକ ଟ୍ୟୁବ୍‌ୱେଲ ଗର୍ତ୍ତରେ ଫସି ଯାଇଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ସାନଭାଇ ଓ ଟ୍ୟୁବ୍‌ୱେଲ୍ ମାଲିକଙ୍କର ମୃତ୍ୟୁ ଘଟିଛି । ଗର୍ତ୍ତରେ ଫସିଥିବା ତିନିଜଣଙ୍କୁ ପୁଲିସ ଗ୍ରାମବାସୀଙ୍କ ସହାୟତାରେ ବାହାର କରି ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲା । ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ବିଷାକ୍ତ ଗ୍ୟାସ୍ ଯୋଗୁଁ ଉଭୟଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଏସ୍‌ଡିଏମ୍ ସନ୍ଦେହ କରିଛନ୍ତି। ଉଭୟଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳ ଶୋକର ଛାୟା ଖେଳିଯାଇଛି ।

ଚାଷ କାର୍ଯ୍ୟ ପାଇଁ ରାମସେବକ ନାମକ ଜଣେ ବ୍ୟକ୍ତି ନିଜ ଜମିରେ ଏକ ଟ୍ୟୁବ୍‌ୱେଲ୍ ବସାଇଥିଲେ । ଶନିବାର ଏହାକୁ ସଫା କରିବା ପାଇଁ ଗ୍ରାମର ପ୍ରହଲ୍ଲାଦଙ୍କୁ ଡାକିଥିଲେ । ୨୦ ଫୁଟ ଗଭୀର ଟ୍ୟୁବ୍‌ୱେଲ୍‌ରେ ପଶିବା ପରେ ପ୍ରହଲ୍ଲାଦ ଅଣନିଃସ୍ୱାସୀ ହୋଇ ଚିତ୍କାର କରିବାରୁ ରାମସେବକ ତାଙ୍କୁ ଉଦ୍ଧାର କରିବା ପାଇଁ ପଶିଥିଲେ । ସେ ମଧ୍ୟ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ । ଉଭୟଙ୍କ ଚିତ୍କାର ଶୁଣି ରାମସେବଙ୍କ ପତ୍ନୀ ସାହାଯ୍ୟ ପାଇଁ ଡାକ ପକାଇଥିଲେ । ନିକଟରେ ଛେଳି ଚରାଉଥିବା ପ୍ରହଲ୍ଲାଦଙ୍କ ସାନଭାଇ ମୁକେଶ (୧୨) ଦୌଡ଼ିଆସି ଭାଇଙ୍କୁ ବଞ୍ଚାଇବା ପାଇଁ ଟ୍ୟୁବ୍‌ୱେଲ୍ ଗର୍ତ୍ତକୁ ଡେଇଁ ପଡ଼ିଥିଲା । ଗ୍ରାମବାସୀଙ୍କଠାରୁ ଖବର ପାଇ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ପଠାଇଥିବା ବେଳେ ଡାକ୍ତର ମୁକେଶ ଓ ଟ୍ୟୁବ୍‌ୱେଲ୍ ମାଲିକ ରାମସେବକଙ୍କୁ ମୃତ ଘୋଷଣା କରିଥିଲେ । ପ୍ରହଲ୍ଲାଦ ଗୁରୁତର ଅବସ୍ଥାରେ ଏବେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking