33.1 C
Bhubaneswar
Friday, May 17, 2024
Homeଓଡିଶାଚାନ୍ଦିପୁର କ୍ଷେପଣାସ୍ତ୍ର ତଥ୍ୟ ଲିକ ଘଟଣା : ତଥ୍ୟ ବାହାର କରିବ କ୍ରାଇମବ୍ରାଞ୍ଚ ଟିମ

ଚାନ୍ଦିପୁର କ୍ଷେପଣାସ୍ତ୍ର ତଥ୍ୟ ଲିକ ଘଟଣା : ତଥ୍ୟ ବାହାର କରିବ କ୍ରାଇମବ୍ରାଞ୍ଚ ଟିମ

କଟକ : ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତିରକ୍ଷା ତଥ୍ୟ ଲିକ ଅଭିଯୋଗ ମାମଲାରେ ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଟିମ । ଅଭିଯୁକ୍ତ ମାନଙ୍କୁ ବାଲେଶ୍ୱର ଜେଲରୁ କଟକ ଆଣିଛି କ୍ରାଇମବ୍ରାଞ୍ଚ । ବାଲେଶ୍ୱରରୁ କଡ଼ା ସୁରକ୍ଷା ଭିତରେ କଟକ ଧରି ପହଞ୍ଚିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ । ସପ୍ତାହଧରି ଜେରାକରି ୫ଜଣଙ୍କଠାରୁୁ ତଥ୍ୟ ବାହାର କରିବ କ୍ରାଇମବ୍ରାଞ୍ଚ ଟିମ । ଏଥିପାଇଁ ବାଲେଶ୍ୱର ଏସ୍‌ଡ଼ିଜେଏମ କୋର୍ଟ ସେମାନଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚଙ୍କୁ ଅନୁମତି ଦେଇଥିଲେ । ଏହି ଟିମରେ ଜଣେ ଅତିରକ୍ତ ଏସପି, ସାଇବର ଇନ୍ସପେକ୍ଟର, ସବଇନ୍ସପେକ୍ଟର ଜଣେ ଏସଆଇ ରହିଛନ୍ତି । ଆବଶ୍ୟକହେଲେ ଅଧିକ ଟିମ୍ ଗଠନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ସମସ୍ତ ଦିଗକୁ ନେଇ ପୁଣି ପ୍ରଥମରୁ ତଦନ୍ତ କରିବ ଟିମ । କାହାକୁ ତଥ୍ୟ ଦେଉଥିଲେ କେମିତି ଡ଼ାଟା ପଠାଉଥିଲେ ଏଥିରେ ତାଙ୍କ ସମ୍ପର୍କୀୟଙ୍କ ସମ୍ପୃକ୍ତ ଅଛି କି ନାହିଁ ଏସବୁ ଦିଗ ଉପରେ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଏଡ଼ିଜି ଶ୍ରୀ ପଣ୍ଡା କହିଛନ୍ତି । ସେହିଭଳି ଅଭିଯୁକ୍ତମାନେ ଆର୍ଥିକ ଦୃଷ୍ଟିରୁ କେତେ ଫାଇଦା ନେଇଛନ୍ତି ଏବଂ ଏମାନଙ୍କ ସହ ଆଉ କାହାର ଲିଙ୍କ୍ ରହିଛି ସେ ସମ୍ପର୍କରେ ତଦନ୍ତ କରାଯିବ । ଅଭିଯୁକ୍ତମାନେ କାହାକୁ ଫୋନ କରୁଥିଲେ । ସେମାନଙ୍କ ପାଖକୁ ବିଦେଶରୁ ଫୋନ ଆସୁଥିଲା କି । ହନିଟ୍ରାପ କରୁଥିବା ମହିଳା ଜଣଙ୍କ ଅଭିଯୁକ୍ତଙ୍କ ସଂସ୍ପର୍ଶରେ କେମିତି ଆସିଲେ । ହନିଟ୍ରାଫ ମହିଳା ଜଣଙ୍କର ବିଦେଶୀ ସଂସ୍ଥା ସହ ଲିକ ଅଛି କି ନାହିଁ, ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ କାମ କରୁଥିଲେ କି ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡ଼ିଜି କହିଛନ୍ତ । ତେବେ ଏହି ମାମଲା ଏନ୍‌ଆଇଏର ନୁହେଁ ଏବେ କେବଳ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ତେବେ ଏନଆଇଏ ଚାହିଁଲେ ଅଭିଯୁକ୍ତଙ୍କୁ ପଚରାଉଚରା କରିପାରିବ ବୋଲି କ୍ରାଇମବ୍ରାଞ୍ଚ ଏଡ଼ିଜି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking