28.1 C
Bhubaneswar
Friday, March 29, 2024
Homeଓଡିଶାଲଭ୍-ସେକ୍ସ-ଧୋକା : ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କଲା ପ୍ରେମିକ

ଲଭ୍-ସେକ୍ସ-ଧୋକା : ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କଲା ପ୍ରେମିକ

କୋରାପୁଟ : ପ୍ରଥମେ ପ୍ରେମ କରି ମନରେ ବିଶ୍ୱାସ ଜନ୍ମାଇଲା, ଆଉ ତାପରେ ଶାରୀରିକ ସମ୍ପର୍କ ରଖିଲା ଓ ପରେ ଅନ୍ତରଙ୍ଗ ମୁହୂର୍ତ୍ତ ବେଳର ଭିଡିଓ କରି ଭାଇରାଲ କଲା ପ୍ରେମିକ । ପ୍ରେମ ନାମରେ ବିଶ୍ୱାସରେ ବିଷ ମିଶାଇଛି ପ୍ରେମିକ । ଏହି ଅଭିଯୁକ୍ତ ଜଣକ ନିଜ ଗ୍ରାମର ଜଣେ ଝିଅ ସହିତ ଏପରି କାମ କରି ଏବେ ଫେରାର୍ ହୋଇଯାଇଛି । ଏହିଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ କାଣ୍ଟି ଗ୍ରାମପଞ୍ଚାୟତ ର ନାରିଙ୍ଗପଦର ଗ୍ରାମରେ । ଏନେଇ ସେପ୍ଟେମ୍ବର ମାସ ୧୬ ତାରିଖରେ ପଟାଙ୍ଗୀ ଥାନାରେ ଏନେଇ ମାମଲା ରୁଜୁ ହୋଇଛି ।

ସୂଚନା ଅନୁଯାୟୀ, ଦାଦନ ଖଟିବା ପାଇଁ ଆନ୍ଧ୍ର ପ୍ରଦେଶର କାକିନଡା ଚିଙ୍ଗୁଡି କମ୍ପାନୀରେ କାମ କରୁଥିବା ବେଳେ ଗ୍ରାମର ଜଣେ ଯୁବକଙ୍କ ଦ୍ୱାରା ଯୌନ ଶୋଷଣ ଶିକାର ହୋଇଛି ପୀଡ଼ିତା । ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ତାଙ୍କରି ଗ୍ରାମର ଜଣେ ଜୁନେସ୍ ଖସଲା ନାମକ ଜଣେ ବ୍ୟକ୍ତି ସହିତ ବନ୍ଧୁତ୍ୱ ସ୍ଥାପନା ହୋଇଥିଲା । ତେବେ ଏପରି କିଛି ଦିନ ଯିବା ପରେ ଯୁବତୀଙ୍କ ସହିତ ଜୁନେସ୍ ଶାରୀରିକ ସମ୍ପର୍କ ରଖିବା ନେଇ କହିଥିଲା ଓ ତାକୁ ନେଇ ଗୋଟିଏ ରୁମ୍ କୁ ନେଇ ସମ୍ବନ୍ଧ ବନାଇଥିଲା । ଏହି ସମୟରେ ଯୁବକ ଜଣକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରିଥିଲା । ଆଉ ପରେ ଯେତେବେଳେ ଶାରୀରିକ ସମ୍ବନ୍ଧ ରଖିବାକୁ କହିଥିଲା ।

ହେଲେ ଏଥିରେ ଯୁବତୀ ରାଜି ହୋଇନଥିଲେ । ତେଣୁ ଜୁନେସ୍ ଉକ୍ତ ଯୁବତୀଙ୍କୁ ଖୁବ୍ ବାଧ୍ୟ କରୁଥିଲା । ଏହାପରେ ସେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ୍ କରିଦେଇଥିଲା । ଭାଇରାଲ୍ କରିବା ପରେ ଏବେ ସେ ଫେରାର୍ ହୋଇଯାଇଥିବା ଯୁବତୀ ଜଣକ ପୋଲିସ୍ ପାଖରେ କହିଛନ୍ତି । ପୋଲିସ୍ ଏବେ ତାକୁ ଧରିବା ନେଇ ଉଦ୍ୟମ କରୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking