27.8 C
Bhubaneswar
Friday, April 19, 2024
Homeଦେଶ ବିଦେଶଦୁଇଟି ସ୍ପେଶ୍‌ଟେକ୍ ଷ୍ଟାର୍ଟଅପ୍ ସହ ଇସ୍ରୋର ଚୁକ୍ତି

ଦୁଇଟି ସ୍ପେଶ୍‌ଟେକ୍ ଷ୍ଟାର୍ଟଅପ୍ ସହ ଇସ୍ରୋର ଚୁକ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଅନ୍ତରୀକ୍ଷ ବିଭାଗ ଦୁଇଟି ସ୍ପେଶ୍‌ଟେକ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଏରୋସ୍ପେଶ୍ ଓ ଅଗ୍ନିକୁଲ ସ୍ପେଶ୍ ଟୋକ୍ନୋଲୋଜି ସହିତ ଚୁକ୍ତି କରିଛି । ଏହି ଚୁକ୍ତି ଫଳରେ ଷ୍ଟାର୍ଟଅପ୍ କମ୍ପାନୀ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ବିଭିନ୍ନ କେନ୍ଦ୍ରରେ ପରୀକ୍ଷଣ ଓ ଆକ୍ସେସ୍ ସୁବିଧା ହାସଲ କରିପାରିବେ । ଚୁକ୍ତି ପରେ ଇସ୍ରୋ ଏହି କମ୍ପାନୀଙ୍କୁ ୩-ଡି ପ୍ରିଣ୍ଟେଡ୍ ସେମି କ୍ରାୟୋ ଇଞ୍ଜିନ୍ ଏବଂ ଅନ୍ୟ ପ୍ରଣାଳୀର ପରୀକ୍ଷଣ ଏବଂ ଯୋଗ୍ୟତା ନିମନ୍ତେ ନିଜର ବିଭିନ୍ନ କେନ୍ଦ୍ରର ବ୍ୟବହାର ଅନୁମତି ମଧ୍ୟ ପ୍ରଦାନ କରିଛି । ଆଇଆଇଟି-ମାଡ୍ରାସ ନ୍ୟାସ୍‌ନାଲ୍ କମ୍ବସନ୍ ରିସର୍ଚ୍ଚ ଆଣ୍ଡ୍ ଡେଭେଲପ୍‌ମେଣ୍ଟ୍ (ଏନ୍‌ସିସିଆର୍‌ଡି)ର ଅଗ୍ନିକୁଲ୍‌କୁ ନିଜର ଅନ୍ତରୀକ୍ଷ ପ୍ରକ୍ଷେପଣ ବାହନ ପ୍ରଣାଳୀ ଏବଂ ଉପପ୍ରଣାଳୀର ପରୀକ୍ଷଣ ଏବଂ ଯୋଗ୍ୟତା ପାଇଁ ଇସ୍ରୋର ଟେକ୍‌ନିକ୍ ବିଶେଷଜ୍ଞତାର ଲାଭ ହାସଲ ପାଇଁ ପ୍ରସ୍ତୁତ କରାଯାଇଛି । ଇନ୍ ସ୍ପେଶ୍ କମିଟିର ଅନ୍ତରୀଣ ଅଧ୍ୟକ୍ଷ ଏବଂ ସ୍କାଇରୁଟ୍ ଏରୋସ୍ପେଶ୍‌ର ସିଇଓ ପବନ ଚନ୍ଦନାଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଇନ୍ ସ୍ପେଶ୍ ହେଉଛି ଅନ୍ତରୀକ୍ଷ ବିଭାଗର ଏକ ନିୟାମକ ଓ ପ୍ରାଧିକରଣ ୟୁନିଟ୍‌, ଯିଏ ଭାରତରେ ଅନ୍ତରୀକ୍ଷ ଗତିବିଧି ପାଇଁ ଘରୋଇ ସଂସ୍ଥାକୁ ସହାୟତା କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking