31.1 C
Bhubaneswar
Friday, May 10, 2024
Homeବିଜିନେସ୍ଟୁଇଟର୍‌, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ସେବା ବ୍ୟାହତ; ଅସୁବିଧା ଭୋଗିଲେ ହଜାର ହଜାର ୟୁଜର୍ସ

ଟୁଇଟର୍‌, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ସେବା ବ୍ୟାହତ; ଅସୁବିଧା ଭୋଗିଲେ ହଜାର ହଜାର ୟୁଜର୍ସ

ନୂଆଦିଲ୍ଲୀ: କେତେଗୁଡ଼ିଏ ବୈଷୟିକ ତ୍ରୁଟି ଯୋଗୁଁ ବୁଧବାର ଦିନ ‘ଟୁଇଟର୍‌’ ଡାଉନ୍‌ ରହିବାରୁ ପୋଷ୍ଟ୍‌ ଅପ୍‌ଡେଟ୍‌ କରିବା, ଆକାଉଣ୍ଟ୍‌ ଫଲୋ କରିବା କିଂବା ଡାଇରେକ୍ଟ୍‌ ମେସେଜ୍‌ ଆକ୍‌ସେସ୍‌ କରି ପାରି ନ ଥିବା କଥା ବିଶ୍ବବ୍ୟାପୀ ହଜାର ହଜାର ବ୍ୟବହାରକାରୀ ଅଭିଯୋଗ କରିଛନ୍ତି। ‘ଟୁଇଟ୍‌’ ପଠାଇବାକୁ ଉଦ୍ୟମ କରିବା ବ‌େଳେ ‘ଟୁଇଟ୍‌ ଲିମିଟ୍‌’ ବୋଲି ମେସେଜ୍‌ ଆସିବା ପରେ ବ୍ୟବହାରକାରୀମାନେ ଯାଇ ସମସ୍ୟା ବିଷୟରେ ଅବଗତ ହୋଇଥିଲେ।ଟ୍ଵିଟର ସିଇଓ ଏଲନ ମସ୍କ ୟୁଜର୍ସଙ୍କୁ ୪ ହଜାର ଓ୍ଵାର୍ଡ ପର୍ଯ୍ୟନ୍ତ ଟ୍ଵିଟ୍‌ କରିବାର ସୁବିଧା ୟୁଏସରେ ଆରମ୍ଭ କରିଥିଲେ ।

ତା’ ପର ଠାରୁ ଏପରି ସମସ୍ୟା ଦେଖିବାକୁ ମିଳିଥିଲା । ଟ୍ଵିଟ୍‌ ପଠାଇବାକୁ ଉଦ୍ୟମ କରିବା ବ‌େଳେ ‘ଟ୍ଵିଟ୍‌ ଲିମିଟ୍’ ବୋଲି ମେସେଜ୍ ଆସିବା ପରେ ୟୁଜର୍ସ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ତେବେ ଏହାକୁ ନେଇ ଟ୍ଵିଟର ସପୋର୍ଟ ଟିମ୍‌ କହିଥିଲା, ଟ୍ଵିଟର ଏବେ କିଛି ସମୟ ପାଇଁ କାମ କରୁନାହିଁ। ତେଣୁ ଆପଣଙ୍କ ସମସ୍ୟା ପାଇଁ ଆମେ ଦୁଃଖତ । ଆମେ ସଚେତନ, ଖୁବଶୀଘ୍ର ଏହାକୁ ଠିକ୍‌ କରିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ଟ୍ଵିଟର କ’ଣ ପାଇଁ ଡାଉନ ହୋଇଥିଲା ତା’ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । କେବଳ ଟ୍ଵିଟର ନୁହେଁ ଫେସବୁକ୍‌, ଇନଷ୍ଟାଗ୍ରାମ ୟୁଜର୍ସ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ୟୁଜର୍ସ ଏହି ସମସ୍ୟା ବିଷୟରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking