28.1 C
Bhubaneswar
Tuesday, May 21, 2024
Homeଅପରାଧଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ

ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଚିନାରିଗୁଡ଼ା ଗାଁରେ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି। ଜମିଜମା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ମୃତକ ହେଲେ ଚିନାରିଗୁଡ଼ା ଗାଁର ଶବର(୫୫)। ଗୁଣପୁର ଆଦର୍ଶ ଥାନା ଅଧୀନସ୍ଥ ନିକଟ ଗ୍ରାମ ଚିନାରିଗୁଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଖବର ହସ୍ତଗତ ହୋଇଛି।

ଜମିବାଡ଼ି ବିକ୍ରୟକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଛି ବୋଲି ଆଇଆଇସି ନିଳାମ୍ବର ଜାନୀ ସୂଚନା ପ୍ରଦାନ କରିଛନ୍ତି। ଚିନାରୀଗୁଡା ଗ୍ରାମର ପଣ୍ଡା ଶବର ( ୫୫) ସକାଳେ ନିଜ ଜମି ନିକଟରେ ରହିଥିବା କୁଡ଼ିଆକୁ ଯାଇଥିଲେ। ବିଳମ୍ବିତ ରାତ୍ରି ସମୟ ପର୍ଯ୍ୟନ୍ତ ପଣ୍ଡା ଘରକୁ ନ ଫେରିବାରୁ ପରିବାର ଲୋକେ ବିବ୍ରତ ହୋଇ ପଡ଼ି ଖୋଜାଖୋଜି କରିଥିବା ବେଳେ ମୃତ ଅବସ୍ଥାରେ ନିଜ ଜମି ନିକଟରେ ଠାବ କରିଥିଲେ।ଖବର ପାଇ ଗୁଣପୁର ଏସଡିପିଓ ଆକାଶ ଚନ୍ଦ୍ର ବେହୁରା ଏବଂ ଆଇଆଇସି ନିଳାମ୍ବର ଜାନୀ ଘଟଣା ସ୍ଥଳେ ପହଞ୍ଚିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking