28.1 C
Bhubaneswar
Tuesday, May 21, 2024
Homeଓଡିଶା୧୮ରେ ମହାଶିବରାତ୍ରୀ, ରାତି ୧୦ ରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ

୧୮ରେ ମହାଶିବରାତ୍ରୀ, ରାତି ୧୦ ରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ

ଭୁବନେଶ୍ବର:ଫେବୃଆରୀ ୧୮ତାରିଖ ମହାଶିବରାତ୍ରୀ । ଦେବ ଦେବ ମହାଦେବଙ୍କୁ ଆରାଧନା କରିବେ ଭକ୍ତ । ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମସି ପକ୍ଷରୁ ମହାଶିବରାତ୍ରୀ ପ୍ରସ୍ତୁତ ବୈଠକ ହୋଇଛି । ମନ୍ଦିର ଟ୍ରଷ୍ଟର ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୂର୍ବ ନୀତିନିର୍ଦ୍ଧଣ୍ଟ ବଳବତ୍ତର ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେହିଭଳି ଚଳିତ ବର୍ଷ ରାତି ୧୦ଟା ସମୟରେ ମହାଦୀପ ଉଠିବା ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଛି । ମହାଶିବରାତ୍ରୀ ପୂର୍ବ ରାତି ସାଢେ ୨ଟା ଠାରୁ ମନ୍ଦିର ଦ୍ବାର ଖୋଲାଯିବ । ଭୋର ୩ ଟାରୁ ସାଢେ ୩ଟା ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପନ୍ନ ହେବ । ଭୋର ୪ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲାରେ ଭକ୍ତଙ୍କୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ସୁଯୋଗ ମିଳିବ। ୧୧ଟା ଠାରୁ ୧୨ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର, ୧୨ଟାରେ ମହାସ୍ନାନ ବେଶ, ୧୨ଟା ୪୫ମିନିଟରୁ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଶ୍ରୀଜିଉ ଓ ଠାକୁରାଣୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ନୀତି ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking