39.1 C
Bhubaneswar
Friday, April 26, 2024
Homeବଲିଉଡଟିଭି ଅଭିନେତ୍ରୀ ସେଜଲ ଶର୍ମା ଙ୍କ ଆତ୍ମହତ୍ୟା

ଟିଭି ଅଭିନେତ୍ରୀ ସେଜଲ ଶର୍ମା ଙ୍କ ଆତ୍ମହତ୍ୟା

ମୁମ୍ୱାଇ: ଟିଭି ଅଭିନେତ୍ରୀ ସେଜଲ ଶର୍ମା ଶୁକ୍ରବାର ନିଜର ମୁମ୍ୱାଇ ମୀରା ରୋଡ ସ୍ଥିତ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସକୁ ସେଜଲଙ୍କର ଏକ ସୁଇସାଇଡ୍ ନୋଟ ମଧ୍ୟ ମିଳିଛି । ଏଥିରେ ତାଙ୍କ ମୃତ୍ୟୁ ପାଇଁ ସେ କାହାକୁ ଦାୟୀ କରିନାହାନ୍ତି । କାଶୀମାରା ପୋଲିସ ମାମଲାରେ ଏକ୍ସିଡେଣ୍ଟାଲ ଡେଥର ମାମଲା ରୁଜୁ କରିଛି ଏବଂ ସେଜଲଙ୍କ ସାଙ୍ଗ ଏବଂ ରୁମମେଣ୍ଟଙ୍କୁ ମଧ୍ୟ ପଚରାଉଚାର କରୁଛି ।
ଟିଭି ଦୁନିଆର ଧାରାବାହିକ ‘ଦିଲ ତୋ ହ୍ୟାପି ହୈ ଜୀ ’ରେ କାମ କରିସାରିଥିବା ସେଜଲ ମୀରା ରୋଡ ସ୍ଥିତ ସୋସାଇଟିରେ ଭଡ଼ାରେ ରହୁଥିଲେ । ତାଙ୍କର ଶୋ’ଗତ ବର୍ଷ ଜାନୁୟାରୀରେ ଆରମ୍ଭ ହୋଇଥିଲା ଯାହା ଅଚାନକ ଅଗଷ୍ଟରେ ବନ୍ଦ ହୋଇଯାଇଥିଲା । ସିରିୟଲରେ ସେ ସିମ୍ମୀ ଖୋସଲାଙ୍କ ଭୂମିକ ଗ୍ରହଣ କରିଥିଲେ ଯିଏ ମୁଖ୍ୟ ଅଭିନେତାଙ୍କ ଭଉଣୀ ଥିଲେ । ଜଣେ ଫେମସ ଅଭିନେତ୍ରୀ ହେବ ଲକ୍ଷରେ ନିଜ ଘର ଛାଡି ସେଜଲ ୨୦୧୭ରେ ମୁମ୍ୱାଇ ଚାଲି ଆସିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking