30.1 C
Bhubaneswar
Wednesday, April 24, 2024
Homeଓଡିଶାଲାଞ୍ଚ ନଦେବାରୁ ରୋଗୀଙ୍କୁ ଓହ୍ଲାଇଦେଲେ ୧୦୮ କର୍ମଚାରୀ : ଡ୍ରାଇଭର ବହିଷ୍କାର

ଲାଞ୍ଚ ନଦେବାରୁ ରୋଗୀଙ୍କୁ ଓହ୍ଲାଇଦେଲେ ୧୦୮ କର୍ମଚାରୀ : ଡ୍ରାଇଭର ବହିଷ୍କାର

ବ୍ରହ୍ମପୁର : ଆମ୍ବୁଲାନ୍ସ ଡ୍ରାଇଭରମାନେ ରୋଗୀଙ୍କୁ ବାଟରେ ନାନା ପ୍ରକାର ହଇରାଣ କରୁଥିବା ସହ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଟଙ୍କା ମଧ୍ୟ ମାଗୁଥିବା ପୂର୍ବରୁ ବହୁବାର ଅଭିଯୋଗ ଆସୁଥିଲା । ତେବେ ଏହା ଆଜି ସତ ହୋଇଥିବା ଦେଖିବାକୁ ମିଳିଛି । ଗତ ଦୁଇ ଦିନ ହେଲା କୁକୁଡାଖଣ୍ଡି ଅଞ୍ଚଳର ଅନାମ ଦାସ ଏବଂ ତାଙ୍କ ପତ୍ନୀ ନନ୍ଦିନୀ ଦାସ ତାଙ୍କ ଦୁଇ ମାସର ଛୁଆର ଅସୁସ୍ଥତା କାରଣରୁ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରିଥିଲେ । ଏଠାରେ ଉକ୍ତ ଛୁଆକୁ ଡାଃ ସୁନୀଲ ଅଗ୍ରୱାଲ୍ ଦେଖୁଥିବା ବେଳେ ଶିଶୁର ଶରୀରରେ ଅନେକ ପ୍ରକାର ସମସ୍ୟା ଥିବା ଡାକ୍ତର ଶିଶୁର ପିତା ମାତାଙ୍କୁ କହିଥିଲେ । ଏପରିକି ଶିଶୁର ଏକ ଅସ୍ତ୍ରୋପଚାର ମଧ୍ୟ ଏଠାରେ ହୋଇଥିଲା । ଶିଶୁର ଅନ୍ୟ କିଛି ରୋଗର ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର ପାଇଁ ବ୍ରହ୍ମପୁର ବଡମେଡିକାଲ ଡାକ୍ତରମାନେ କଟକ ଶିଶୁ ଭବନକୁ ପଠାଇଥିଲେ । ଏନେଇ ୧୦୮ ଆମ୍ବୁଲାନ୍ସ ଯୋଗେ ଉକ୍ତ ଶିଶୁ ଏବଂ ତାଙ୍କ ପିତାମାତାଙ୍କୁ ଶୁକ୍ରବାର କଟକ ପଠାଯାଇଥିଲା । କଟକ ଯିବା ବେଳେ ବ୍ରହ୍ମପୁରରୁ ହିଁ ଆମ୍ବୁଲାନ୍ସ ଡ୍ରାଇଭର ଉକ୍ତ ଶିଶୁଙ୍କ ପରିବାର ଲୋକଙ୍କୁ ଟଙ୍କା ମାଗିବା ଆରମ୍ଭ କରିଦେଇଥିଲା । ଟଙ୍କା ଦିଅ ନଚେତ୍ ସେଠାକୁ ନିଆଯିବ ନାହିଁ ବୋଲି କହିଥିଲେ । ତେବେ ୧୦୮ ଆମ୍ବୁଲାନ୍ସରେ ଥିବା କର୍ମଚାରୀଙ୍କୁ ଏହି ଗରିବ ପରିବାର ୨୦୦ ଟଙ୍କା ଦେଇଥିଲେ । ଏଥିରେ ଡ୍ରାଇଭର ଜଣକ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ସମସ୍ତ ମେଡିକାଲ୍ ଜନିତ କାଗଜପତ୍ର ବ୍ରହ୍ମପୁରଠାରୁ ୩୦ କିଲୋମିଟର ଯିବା ପରେ ଗଞ୍ଜାମ ନିକଟରେ ଉକ୍ତ ଶିଶୁ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଆମ୍ବୁଲାନ୍ସରୁ ଓହ୍ଲାଇ ଦେଇଥିଲା । ଏହାକୁ ନେଇ ପରିବାର ଲୋକେ ଏବଂ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ଚାଲିଥିବା ବେଳେ ଗ୍ରାମ ଲୋକେ ଏହା ଦେଖି କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେଇଥିଲେ । ତୁରନ୍ତ ଘଟଣାଟି ପ୍ରଘଟ ହୋଇଥିଲା । ପରେ ଏ ନେଇ ସେଠାକାର ଲୋକେ ୧୦୮ ଆମ୍ବୁଲାନ୍ସ ଏବଂ କର୍ମଚାରୀମାନଙ୍କୁ ଘେରାଉ କରିଥିଲେ । ପରେ ପୁଣି ଏକ ୧୦୮ ଆମ୍ବୁଲାନ୍ସ ଡାକି ସେମାନଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦିଆଯାଇଛି । ବର୍ତ୍ତମାନ ଉକ୍ତ ଶିଶୁଙ୍କୁ ପୁଣି ବ୍ରହ୍ମପୁର ବଡମେଡିକାଲରେ ଶିଶୁ ବିଭାଗ ଡାକ୍ତର ସୁନୀଲ ଅଗ୍ରୱାଲ୍‌ଙ୍କ ତତ୍ତ୍ୱାବଧାନରେ ଉକ୍ତ ଶିଶୁଟି ରହିଛି । ଦିନେ ଦୁଇ ଦିନ ଏଠାରେ ରହିବା ପରେ ଶିଶୁକୁ ଉତ୍ତମ ଚିକିତ୍ସା ପାଇଁ କଟକ ପଠାଯିବ ବୋଲି ସେ କହିଛନ୍ତି । ଏହି ଘଟଣାରେ ଉକ୍ତ ୧୦୮ ଆମ୍ବୁଲାନ୍ସର ଡ୍ରାଇଭରଙ୍କୁ କାର୍ଯ୍ୟରୁ ବହିସ୍କାର କରାଯାଇଥିବା ବେଳେ ଉକ୍ତ ସଂସ୍ଥା ଉପରେ ମଧ୍ୟ ତଦନ୍ତ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking