28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକିଏ ମାଣିକ ସାହା ? କଂଗ୍ରେସ ଛାଡି ବିଜେପି ରେ ଯୋଗ ଦେଇଥିଲେ

କିଏ ମାଣିକ ସାହା ? କଂଗ୍ରେସ ଛାଡି ବିଜେପି ରେ ଯୋଗ ଦେଇଥିଲେ

ଅଗରତାଲା : ଦେଶର ଉତ୍ତର ପୂର୍ବରେ ଥିବା ତ୍ରିପୁରା ରାଜ୍ୟରେ ରାଜନୀତି ଏବେ ତେଜିବାରେ ଲାଗିଛି । ବିଜେପି ହାଇକମାଣ୍ଡ ଏ ନେଇ ବଡ ନିଷ୍ପତ୍ତି ନେଇଛନ୍ତି । ବିପ୍ଲବ ଦେବଙ୍କୁ ପଦରୁ ହଟାଇ ଡକ୍ଟର ମାଣିକ ସାହା ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦରେ ବସାଇବାକୁ ନିଷ୍ପତ୍ତି ନିଆଯାଇଛି । ବିଜେପି ବିଧାୟକ ଦଳର ବୈଠକ ପରେ ଶାହାଙ୍କ ନାମରେ ମୋହର ଲଗାଇଛି ଦଳ । ତେବେ କିଏ ସେହି ମାଣିକ ସାହା ? ଡ. ମାଣିକ ଶାହା ୬ ବର୍ଷ ପୂର୍ବେ ଅର୍ଥାତ ୨୦୧୬ ରେ କଂଗ୍ରେସ ଛାଡି ବିଜେପି ରେ ସାମିଲ ହୋଇଥିଲେ । ଡ. ମାଣିକ ଶାହା ଭାରତୀୟ ଜନତା ପାର୍ଟିର ପ୍ରଦେଶ ଅଧକ୍ଷ ରହିଛନ୍ତି । ସାହା ଙ୍କର କାର୍ଯ୍ୟାକଳାପ କୁ ଦେଖି ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦରେ ବସାଇବା କୁ ନିଷ୍ପତ୍ତି ନେଇଛି । ପେଶାରେ ଡକ୍ଟର ରୁ ରାଜନୀତି ଭାବରେ ସେ ଆଜି ତ୍ରିପୁରାର ମୁଖ୍ୟ ମନ୍ତ୍ରୀ ହେବାକୁ ଯାଉଛନ୍ତି । ସାହାଙ୍କ ଶପଥ ଗ୍ରହଣ ପରେ ତ୍ରିପୁରା ରେ ଅନେକ ଦଳ ବଦଳ ଦେଖିବାକୁ ମିଳିବ । ୨୦୧୮ ନିର୍ବାଚନ ରେ ଜିତିବା ପରେ ବିପ୍ଲବ ଦେବ ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛି ଥିଲା ଦଳ । ଏହା ସହ ଶାହା ଙ୍କୁ ପ୍ରଦେଶ ଅଧକ୍ଷ ଭାବରେ ବସାଇ ସମସ୍ତ ଭାର ଦେଇଥିଲା ଦଳ । ରାଜନୀତି କୁ ଅତି ନିକଟରୁ ବୁଝି ମାଣିକ ଶାହ ଦଳକୁ ବୁଥ ସ୍ତରରୁ ମଜବୁତ କରିଥିଲେ । ମାଣିକ ସାହା ତ୍ରିପୁରା କ୍ରିକେଟ ଆସୋସିଏସନ ର ସଭାପତି ମଧ୍ୟ ଅଟନ୍ତି । ଗତ କିଛି ନିର୍ବାଚନ ରେ ତ୍ରିପୁରା ରେ ଦଳ ବିଜୟ ହେବା ପଛରେ ମାଣିକ ସାହା ଙ୍କ ହାତ ରହିଛି । ଏହା ମଧ୍ୟ କୁହାଯାଉଛି କି ବିପ୍ଲବ ଦେବ ଙ୍କ ବିରୁଦ୍ଧ ରେ ଦଳ ରେ ଅସନ୍ତୋଷ ଦେଖା ଦେବାରୁ ବିଜେପି ପରବର୍ତ୍ତୀ ନିର୍ବାଚନ ରେ ଦଳ ତାଙ୍କୁ ଟିକେଟ ଦେବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking