30.1 C
Bhubaneswar
Thursday, May 9, 2024
Homeସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ-୨୦୨୪ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ

ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ

ଭୁବନେଶ୍ୱର : ୧୮୬୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖ, ପୌଷ ସଂକ୍ରାନ୍ତି ଦିନ କଲିକତାର ସିମଳାପଲ୍ଲୀରେ ସ୍ୱାମୀଜୀ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ପିତାଙ୍କ ନାମ ବିଶ୍ୱନାଥ ଦତ୍ତ ଓ ମାତାଙ୍କ ନାମ ଭୁବନେଶ୍ୱରୀ ଦେବୀ ଥିଲା । ପିତାମାତା ଶ୍ରଦ୍ଧାରେ ତାଙ୍କର ନାଁ ନରେନ୍ଦ୍ରନାଥ ଦତ୍ତ ରଖିଥିଲେ । ତାଙ୍କ ମା ତାଙ୍କୁ ଅତି ଶ୍ରଦ୍ଧାରେ ବିଲେ ବୋଲି ଡାକୁଥିଲେ । ପିଲାଦିନେ ବିଲେ ଆଦୌ ଶାନ୍ତ ସ୍ୱଭାବର ନଥିଲେ । ମା’ ଭୁବନେଶ୍ୱରୀ ଦେବୀ ମନ ଦୁଃଖ କରି କହୁଥିଲେ, ‘ଶିବଙ୍କୁ ଗୋଟିଏ ପୁଅ ମାଗିଥିଲି ହେଲେ ସେ ମତେ ଗୋଟିଏ ଭୂତ ଦେଇଛନ୍ତି ।” ବିଲେ ମା’ଙ୍କଠାରୁ ରାମାୟଣ ଓ ମହାଭାରତର ବିଭିନ୍ନ ପ୍ରସଙ୍ଗର ଗଳ୍ପ ଶୁଣିବାକୁ ଭଲ ପାଉଥିଲେ । ତାଙ୍କର ପ୍ରାଥମିକ ଶିକ୍ଷା ଏଇ କାହାଣୀ ଶୁଣିବା ମାଧ୍ୟମରେ ଆରମ୍ଭ ହୋଇଥିଲା । ଛ’ ବର୍ଷ ବୟସରେ ସ୍କୁଲରେ ବିଲେଙ୍କର ନାମ ଲେଖା ହେଲା ; କିନ୍ତୁ ସେ ଇଂରାଜୀ ପଢ଼ିବାକୁ ରାଜି ହେଲେ ନାହିଁ । ସେ କହୁଥିଲେ ” ଇଂରାଜୀ ତ ବିଦେଶୀ ଭାଷା , ତା’ଠାରୁ ମାତୃଭାଷା ତ ଶିଖିବା ଭଲ ।’” ଏହା ଥିଲା ନିଜ ମାତୃଭୂମି ତଥା ମାତୃଭାଷା ପାଇଁ ତାଙ୍କର ପ୍ରଥମ କଥା । ଅନେକ ବୁଝାଇବା ପରେ ସେ ଇଂରାଜୀ ପଢ଼ିବାକୁ ଆରମ୍ଭ କଲେ । ପ୍ରଖର ମେଧା, ଅଦ୍ଭୁତ ଧୀଶକ୍ତି ନେଇ ବିଲେ ଜନ୍ମଗ୍ରହଣ କରିଥିଲେ । ଥରେ ଯାହା ପଢ଼ୁଥିଲେ କେବେ ତାହା ଭୁଲୁ ନ ଥିଲେ । ସ୍କୁଲର ପାଠ୍ୟ-ପ୍ରସ୍ତୁତି ପାଇଁ ତାଙ୍କୁ ଅତି ଅଳ୍ପ ସମୟ ଲାଗୁଥିଲା । ବାକି ସମୟତକ ଖେଳାଖେଳି, କୁସ୍ତି, ଆଖଡ଼ା, ପହଁରିବା ବା ଅଭିନୟ କରିବାରେ କିମ୍ବା କଳକବ୍‌ଜା ତିଆରି କରିବାରେ ସମୟ ଅତିବାହିତ କରୁଥିଲେ । ଯଦିଓ ବିଲେ ଦୁଷ୍ଟ ଥିଲେ ହେଲେ ବାଲ୍ୟକାଳରୁ ତାଙ୍କର ସ୍ୱଭାବ ଥିଲା ଅତିଶୟ ନିର୍ମଳ । ସେ ସବୁବେଳେ ସତ କହୁଥିଲେ । ଦୁଃଖୀ ଦାରିଦ୍ୟଙ୍କ ସେବା କରିବା ପାଇଁ ଆଗ୍ରହୀ ହେଉଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜର ସଦସ୍ୟ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠ ଦେହ ଓ ଦୃଢ଼ମନର ଅଧିକାରୀ ନରେନ୍ଦ୍ର ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ସ୍ୱୀକାର କରିବା ପରେ ପରେ ସେ ମାତ୍ର ୨୬ ବର୍ଷ ବୟସରେ ସନ୍ନ୍ୟାସୀ ହୋଇଥିଲେ । ଏହାପରେ ତାଙ୍କ ନାଁ ବିବେକାନନ୍ଦ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking