27.1 C
Bhubaneswar
Friday, May 10, 2024
Homeସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ-୨୦୨୪ପ୍ରଚଣ୍ଡ ଦେଶଭକ୍ତି, ପ୍ରଗାଢ ବାଗ୍ମିତା ଏବଂ ଅଦ୍ଵିତୀୟ ତେଜସ୍ବୀ ଥିଲେ ସ୍ଵାମୀ ବିବେକାନନ୍ଦ

ପ୍ରଚଣ୍ଡ ଦେଶଭକ୍ତି, ପ୍ରଗାଢ ବାଗ୍ମିତା ଏବଂ ଅଦ୍ଵିତୀୟ ତେଜସ୍ବୀ ଥିଲେ ସ୍ଵାମୀ ବିବେକାନନ୍ଦ

ଭୁବନେଶ୍ୱର : ସ୍ଵାମୀ ବିବେକାନନ୍ଦ ୧୨ ଜାନୁଆରୀ ୧୮୬୩ ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ସ୍ଵାମୀ ବିବେକାନନ୍ଦଙ୍କ ପ୍ରକୃତ ନାମ ଥିଲା ନରେନ୍ଦ୍ରନାଥ ଦତ୍ତ। ସେ ବେଦାନ୍ତର ଜଣେ ଉଲ୍ଲେଖନୀୟ ତଥା ପ୍ରଭାବଶାଳୀ ଆଧ୍ୟାତ୍ମିକ ଗୁରୁ ଥିଲେ । ପିଲାଟି ଦିନରୁ ସେ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ଅଧ୍ୟୟନରେ ଭଲ ଥିବା ସତ୍ତ୍ୱେ, ସେ ଚାକିରି ଜୀବନ ପ୍ରତି ମୋହ ନକରି ସନ୍ୟାସୀ ଜୀବନ ପାଇଁ ମନ ବଳାଇଥିଲେ। ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ସ୍ଵାମୀ ବିବେକାନନ୍ଦ । ସ୍ଵାମୀ ବିବେକାନନ୍ଦ ପ୍ରାୟତଃ ଲୋକଙ୍କୁ ଏକ ପ୍ରଶ୍ନ ପଚାରୁଥିଲେ, ଆପଣ ଭଗବାନଙ୍କୁ ଦେଖିଛନ୍ତି କି? ଏଥିପାଇଁ କାହାକୁ ସଠିକ୍ ଉତ୍ତର ମିଳିନାହିଁ । ଥରେ ସେ ରାମକୃଷ୍ଣ ପରମହଂସଙ୍କୁ ସମାନ ପ୍ରଶ୍ନ ପଚାରିଥିଲେ, ଯେଉଁଥିରେ ରାମକୃଷ୍ଣ ପରମହଂସ ଉତ୍ତର ଦେଇଥିଲେ, ହଁ, ମୁଁ ଭଗବାନଙ୍କୁ ଦେଖିଛି। ତୁମକୁ ଯେପରି ମୁ ସ୍ପଷ୍ଟ ଭାବରେ ଦେଖିପାରେ, ସେହିପରି ପ୍ରତ୍ଯକ୍ଷ ଭାବରେ ଦେଖିଛି। ରାମକୃଷ୍ଣ ପରମହଂସଙ୍କ ଦୃଢ ବାଣୀ ଯୁବ ନରେନ୍ଦ୍ରଙ୍କୁ ଅତ୍ୟନ୍ତ ପ୍ରଭାବିତ କରିଥିଲା । ପ୍ରଖର ଦେଶଭକ୍ତି, ଅଦ୍ଵିତୀୟ ତେଜସ୍ବୀ ବାଣୀ, ପ୍ରଗାଢ ବାଗ୍ମିତା ଏବଂ ଉଦ୍ଦାମ ଯୁବଶକ୍ତିର ଆଭା ତାଙ୍କୁ ନୂତନ ପରିଚୟ ପ୍ରଦାନ କରିଥିଲା ସ୍ଵାମୀ ବିବେକାନନ୍ଦ ଭାବରେ । ପରବର୍ତ୍ତୀ ସମୟରେ ସ୍ଵାମୀ ବିବେକାନନ୍ଦ ୧୮୯୭ ମସିହାରେ କୋଲକାତାରେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ। ଅଧ୍ୟାତ୍ମ ତଥା ସନାତନ ସଂସ୍କୃତିର ମହାନ ଦର୍ଶନ ପ୍ରଦାନ କରିବାରେ ଏହି ମିଶନ ସମର୍ପିତ ଅଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking