30.1 C
Bhubaneswar
Thursday, May 9, 2024
Homeସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ-୨୦୨୪ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ଓ ଜାତୀୟ ଯୁବା ଦିବସ ମଧ୍ୟରେ ସମ୍ପର୍କ...

ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ଓ ଜାତୀୟ ଯୁବା ଦିବସ ମଧ୍ୟରେ ସମ୍ପର୍କ…

ଭୁବନେଶ୍ୱର : ପ୍ରତ୍ୟେକ ବର୍ଷର ଜାନୁଆରୀ ୧୨ ତାରିଖ କୁ ଜାତୀୟ ଯୁବା ଦିବସ ଭାବରେ ପାଳନ କରାଯାଇ ଥାଏ l ଏହିଦିନ ଟି ଭାରତୀୟ ଯୁବକ ମାନଙ୍କୁ ସମର୍ପିତ ଅଟେ , ଏହିଦିନ ଟିକୁ ପାଳନ କରିବା ପାଇଁ ବିଶେଷ ଉଦେଶ୍ୟ ରହିଛି l ଏହିଦିନ ଟି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଥାଏ l ସ୍ୱାମୀ ବିବେକାନନ୍ଦ ଜାନୁଆରୀ ୧୨ ତାରିଖ ୧୮୬୩ ରେ କୋଲକାତା ଠାରେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କର ପ୍ରକୃତ ନାମ ହେଲା ନରେନ୍ଦ୍ରନାଥ ଦତ୍ତ l ନରେନ୍ଦ୍ରନାଥ ପିଲାଟି ଦିନରୁ ଆଧ୍ୟାତ୍ମିକ ରାସ୍ତାରେ ନିଜକୁ ପରିଚାଳିତ କରିଥିଲେ l ମାତ୍ର ୨୫ ବର୍ଷ ବୟସ ରେ ସନ୍ୟାସ ନେଇଥିଲେ l ସନ୍ୟାସ ନେବା ପରେ ସେ ସାରା ବିଶ୍ୱରେ ବିବେକାନନ୍ଦ ଭାବରେ ପରିଚିତ ହେଲେ l ସେ ବେଦାନ୍ତ ର ଜଣେ ବିଖ୍ୟାତ ପ୍ରଭାବଶାଳୀ ଗୁରୁ ଥିଲେ l ଦେଶର ଭବିଷ୍ୟତ ହେଉଛନ୍ତି ଯୁବପିଢୀ l ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ କୁ ଯୁବା ଦିବସ ଭାବରେ ପାଳନ କରାଯାଉଛି l ଏହା ପ୍ରଥମେ ୧୯୮୪ ରୁ ଆରମ୍ଭ ହୋଇଥିଲା l ସେତେବେଳର ଭାରତର ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ ଭାରତୀୟ ଯୁବା ଦିବସର ଘୋଷଣା କରିଥିଲେ l କାହିଁକି ନା ସ୍ୱାମୀ ବିବେକାନନ୍ଦ ଙ୍କ ବିଚାର, ଆଦର୍ଶ ଓ ତାଙ୍କ କାର୍ଯ୍ୟ କରିବାର ଶୈଳୀ ଭାରତୀୟ ଯୁବକ ମାନଙ୍କ ପାଇଁ କାର୍ଯ୍ୟ କରିବାର ଗୋଟିଏ ପ୍ରେରଣା ର ସ୍ରୋତ ହୋଇପାରେ ବୋଲି ଏହିଦିନ ଟିକୁ ଭାରତୀୟ ଯୁବା ଦିବସ ଭାବରେ ଘୋଷଣା କରାଯାଇ ଥିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking