30.1 C
Bhubaneswar
Friday, April 26, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ବ୍ୟବସାୟରେ ଉନ୍ନତି କରିପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ କିନ୍ତୁ କୌଣସି ଅସୁବିଧା ହେବନାହିଁ । ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ । ନୂତନ କାର୍ଯ୍ୟରେ ହାତଦେଇ କୃତକାର୍ଯ୍ୟ ହେବେ ।
ବୃଷ: ବହୁଦିନ ହେଲା ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ । ଦୁଇଟଙ୍କା ଜାଗାରେ ଛଅ ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ମହିଳାମାନେ ଭୁଲ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି ।
ମିଥୁନ: ବନ୍ଧୁମାନଙ୍କ ସାହାଯ୍ୟକ୍ରମେ ବହୁଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ଗତକାଲି ଯେଉଁଥି ପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ବିଳମ୍ବରେ ପାଇବେ । ପିତାଙ୍କ ସ୍ୱାସ୍ଥ୍ୟ ଦୁଶ୍ଚିନ୍ତାର କାରଣ ହୋଇପାରେ ।
କର୍କଟ: ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ । ଗତକାଲିଠାରୁ ଭାବୁଥିବା କାମଟିକୁ ଶେଷ କରିପାରିବେନି ।
ସିଂହ: ସମସ୍ୟା ବଦଳିଯିବ ଏବଂ ବହୁତ ଝଡ଼ଝଞ୍ଜା ମଧ୍ୟରେ ରୁଣ ସୂତ୍ରରେ ଅର୍ଥ ଲାଭ କରିବେ । ସତସଙ୍ଗ ପୁରାଣ ପଠନ ସାଙ୍ଗକୁ ଧର୍ମ କାର୍ଯ୍ୟ ପ୍ରତି ରୁଚି ବଳିବ । ମନକଥା ମନରେ ରଖିପାରିବେ ନାହିଁ ।
କନ୍ୟା: ଆଜି ଯାନବାହନ କିମ୍ବା ମୂଲ୍ୟବାନ ଜିନିଷ କିଣିବା ସକାଶେ ଆଗ୍ରହ ବଢ଼ିପାରେ । ହଠାତ ପୂର୍ବାହ୍ନ ସମୟରେ ଆପଣଙ୍କର ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ ।
ତୁଳା: ଆଜି ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଲକ୍ଷ୍ୟ ହାସଲ କରିବେ । ଆକସ୍ମିକ ଭାବରେ ହଠାତ ଦୂରଯାତ୍ରା କରିବାକୁ ପଡ଼ିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ । ମହିଳାମାନେ କାମଟିକୁ ସୁରୁଖୁରୁରେ କରିବେ ।
ବିଛା: ଆଜି ସକାଳୁ ସକାଳୁ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ ଦୃଷ୍ଟିକୋଣରୁ ବିଚାର କରିବେ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ମିତ୍ରତା ଛଳରେ ପାଖେଇ ଆସିବେ ସିନା କୌଣସି କ୍ଷତି ଘଟାଇପାରିବେ ନାହିଁ ।
ଧନୁ: ବ୍ୟବସାୟରୁ ଲାଭବାନ ହେବେ ଏବଂ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ବିବାଦୀୟ ଘଟଣାରେ ପରାଜୟ ଲଭିବେ । କୌଶଳ ପ୍ରୟୋଗ କରି ବାକି ରହିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।
ମକର: ଭାତୃ ସ୍ନେହ ରହିବ । ନିଜ କର୍ମରେ ଅଗ୍ରଗତି ହୋଇପାରନ୍ତି । ପିଲାମାନଙ୍କ ପଢ଼ା ସମସ୍ୟାନେଇ ମନ ଭାରାକ୍ରାନ୍ତ ରହିପାରେ । ପଡ଼ୋଶୀଙ୍କଠାରୁ ଆର୍ôଥକ ସାହାଯ୍ୟ ପାଇ ଖୁସି ହେବେ । ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେଇପାରନ୍ତି ।
କୁମ୍ଭ: ଆଜି ସାହାଯ୍ୟ ଲାଭକରିବା କାରଣରୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ । ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବାରେ ସମର୍ଥ ହେବେ । ମହିଳାମାନେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି ।
ମୀନ: ଆଜି ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ ରହିବା ସହ ଅଫିସରେ ପ୍ରତିକ୍ଷିତ ଖବର ପାଇ ଖୁସି ହେବେ । କିନ୍ତୁ ସାମାଜିକସ୍ତରରେ ମଧ୍ୟସ୍ଥତା କରି ଖୁସି ହୋଇପାରନ୍ତି । ପରକଥାକୁ ବିଶ୍ୱାସ କରି ନିଜ ଲୋକମାନଙ୍କୁ ସନ୍ଦେହ କରିବାକୁ ପଡ଼ିପାରେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking