32.1 C
Bhubaneswar
Thursday, May 2, 2024
Homeଓଡିଶାଆଜି ଅପରାହ୍ନରେ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଆଜି ଅପରାହ୍ନରେ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୪ଜିଲ୍ଲାର ମୁକାବିଲା ପ୍ରସ୍ତୁତି ନେଇ ଆଲୋଚନା କରିବେ। ଅପରାହ୍ନରେ ମୁଖ୍ୟ ସଚିବ, ଏସ୍‌ଆର୍‌ସିଙ୍କ ସହ ବୈଠକରେ ଆଲୋଚନା କରିବେ। ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ, ୨୬ ତାରିଖ ସକାଳେ ଉତ୍ତର ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ୟସ୍। ଭାରତୀୟ ପାଣିପାଗ ବିଭାଗ ସୂଚନା ମୁତାବକ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର- ଉତ୍ତର ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର।

୨୨ତାରିଖ ବେଳକୁ  ଆଣ୍ଡାମାନ ସାଗର, ସଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ୪୦ ରୁ ୫୦କି.ମି ଝଟକା ପବନ  ଘଣ୍ଟା ପ୍ରତି ୬୦ କି.ମି ରହିବାର ସମ୍ଭବନା ରହିଛି ।  ଏହି ପବନ ୨୩ ତାରିଖ ସକାଳ  ପରଠାରୁ  ପୂର୍ବ କେନ୍ଦ୍ରୀୟ ଏବଂ ସଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ବୃଦ୍ଧି ହୋଇ ଘଣ୍ଟା ପ୍ରତି ୪୫ରୁ  ୫୫ କି.ମି ତଥା ଝଟକା ପବନ ୬୫ କି.ମି ରହିବାର ସମ୍ଭବନା ରହିଛି ।  ପରବର୍ତ୍ତୀ ସମୟରେ ଆହୁରି ବୃଦ୍ଧି ପାଇପାରେ ।  ୨୩ତାରିଖ ସକାଳ ବେଳକୁ  କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଝଡ଼ ପବନ ଘଣ୍ଟା ପ୍ରତି ବେଗ  ୫୦ ରୁ ୬୦ କି.ମି  ତଥା ଝଟକା ପବନ ଘଣ୍ଟା ପ୍ରତି ୭୦ କି.ମି ରହିବାର ସମ୍ଭବନା ରହିଛି ।  ୨୪ ତାରିଖ ଠାରୁ  ଏହି ପବନ ଘୂର୍ଣ୍ଣାୟମାନ  ହେବା ସହ ଘଣ୍ଟା ପ୍ରତି ବେଗ  ୬୫ରୁ ୭୫ କି.ମି ତଥା ଝଟକା ପବନ ଘଣ୍ଟା ପ୍ରତି ୮୫ କି.ମି ରହିବାର ସମ୍ଭବନା ରହିଛି ।  ଏହା କ୍ରମାଗତ ଭାବେ  ୨୫ ତାରିଖ ଯାଏଁ ବୃଦ୍ଧି ହେବାର ସମ୍ଭବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking