27.1 C
Bhubaneswar
Thursday, April 25, 2024
Homeଓଡିଶାବଡ଼ଖବର : ରାଜ୍ୟ ୨୬ ଜୀବନ ନେଲା ମହାମାରୀ କରୋନା

ବଡ଼ଖବର : ରାଜ୍ୟ ୨୬ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଉଥିବାବେଳେ ଓଡ଼ିଶାରେ ବଢିବାରେ ଲାଗିଛି। ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୨୦ ଉପରେ ରହୁଛି। ଗତକାଲି ରାଜ୍ୟରେ ସର୍ବାଧିକ ୨୭ ଜଣ କରୋନାରରେ ଆଖି ବୁଜିଥିବାବେଳେ ଆଜି ୨୬ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି।

ଆଜି ମୃତ ୨୬ ଜଣଙ୍କ ମଧ୍ୟରୁ ସବୁଠୁ ଆଗରେ ଅଛନ୍ତି ଖୋର୍ଦ୍ଧା ଓ କୋରାପୁଟ। ଏହି ଦୁଇ ଜିଲ୍ଲାରୁ ୪ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋ‍ଇଛି। ସେହିପରି ନୂଆପଡ଼ା, ରାୟଗଡ଼ା, ସୁନ୍ଦରଗଡ଼ରୁ ୩ ଲେଖାଏ କରୋନାରେ ଆଖି ବୁଜିଛନ୍ତି । ଅନ୍ୟପକ୍ଷେ କଳାହାଣ୍ଡିରୁ ୨, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, ନବରଙ୍ଗପୁର, ପୁରୀ, ସୁବର୍ଣ୍ଣପୁରରୁ ଜଣେ ଲେଖାଏ କରୋନାରେ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଆଜିର ମୃତକଙ୍କୁ ମିଶାଇ ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରୁ ଯଥାକ୍ରମେ ୪୨୪ ଓ ୩୨ ଜଣଙ୍କର ମୃତ୍ୟୁ ଘଟିଛ।

ସେହିପରି ମୃତ୍ୟୁ ସଂଖ୍ୟା ନୂଆପଡ଼ାରେ ୫୦, ରାୟଗଡ଼ାରେ ୯୫, ସୁନ୍ଦରଗଡ଼ରେ ୨୩୬ ଓ କଳାହାଣ୍ଡିରେ ୭୮ରେ ପହଞ୍ଚିଛି। ବରଗଡ଼ରେ ୪୮, ବଲାଙ୍ଗିରରେ ୫୯, ବୌଦ୍ଧରେ ୨୯, ଗଜପତିରେ ୪୫, ଝାରସୁଗୁଡ଼ାରେ ୩୨, ନବରଙ୍ଗପୁରରେ ୧୭, ପୁରୀରେ ୧୪୬ ଓ ସୁବର୍ଣ୍ଣପୁରରେ ୨୪ଜଣ କରୋନାରେ ଆଖି ବୁଜିଲେଣି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking