30.1 C
Bhubaneswar
Friday, April 26, 2024
Homeଅପରାଧସୀମା ଟପିଲା ବର୍ବରତା: ଦଳିତ ଯୁବକଙ୍କୁ ଗଛରେ ବାନ୍ଧି ନିର୍ଧୁମ ମାଡ

ସୀମା ଟପିଲା ବର୍ବରତା: ଦଳିତ ଯୁବକଙ୍କୁ ଗଛରେ ବାନ୍ଧି ନିର୍ଧୁମ ମାଡ

ଭୋପାଲ: ମଧ୍ୟ ପ୍ରଦେଶର ଖାରଗୋନ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବର୍ବରତାର ସବୁ ସୀମା ଟପିଲା ଭିଡ ହିଂସା । ଦଳିତ ଯୁବକଙ୍କୁ ଗଛରେ ବାନ୍ଧି ମାଡ ମାରିଲେ । ଧର୍ମ ଜାଣିବା ପାଇଁ ଉଲଗ୍ନ ମଧ୍ୟ କଲେ ବେକାବୁ ଯୁବକଙ୍କ ଗୋଷ୍ଠୀ । ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏପରି ଏକ ଘଟଣା ଖାରଗୋନ ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୭୦ କି.ମି ଦୂର ନିମରାନୀ ଶିଳ୍ପାଞ୍ଚଳ ଏରିଆରେ ଅଗଷ୍ଟ ୨ ତାରିଖରେ ଘଟିଥିବା କୁହାଯାଇଛି ।-ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସିଛି ସ୍ଥାନୀୟ ପ୍ରଶାସନ । ପୀଡିତ ଯୁବକଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ୩୨ ବର୍ଷୀୟ ଚିକୁ ଜଣେ ଦଳିତ ସମ୍ପ୍ରଦାୟର ବ୍ୟକ୍ତିବିଶେଷ । ଅନ୍ୟପଟେ ଏପରି ଅମାନବୀୟ କାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତ୍ତେ ନିର‌୍ୟାତନାର ଶିକାର ହୋଇଥିବା ପୀଡିତ ଯୁବକଙ୍କୁ ପୋଲିସ ପ୍ରଥମେ ଗିରଫ କରି ପରେ ମୁକ୍ତ କରିଥିବା ପୀଡିତଙ୍କ ପରିବାର ଅଭିଯୋଗ କରିଛି । ଏ ସମ୍ପର୍କରେ ଅଭିଯୋଗ ଆସିବା ପରେ ଜିଲ୍ଲା ପୋଲିସ ପ୍ରଶାସନ ପୀଡିତଙ୍କୁ ମୁକ୍ତ କରିବା ସହ ସ୍ଥାନୀୟ ଫାଣ୍ଡି ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରିଛନ୍ତି । ଭିଡିଓ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଗିରଫ କାରାଯିବା ନେଇ ପ୍ରକ୍ରିୟା ଜାରି ରହିଥିବା ପୋଲିସ କହିଛି । ସ୍ଥାନୀୟ ଏକ ଫୁଡ ମେକିଂ କାରଖାନାର ଶ୍ରମିକମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡିବା ସହ ୪ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking