29.1 C
Bhubaneswar
Monday, May 6, 2024
Homeଓଡିଶାଏୟାର ଇଣ୍ଡିଆ ପରେ ବିକ୍ରି ହେବ ଆଉ ୩ ରାଷ୍ଟ୍ରାୟତ୍ତ କମ୍ପାନି, ଚଳିତ ବର୍ଷ ଶେଷ...

ଏୟାର ଇଣ୍ଡିଆ ପରେ ବିକ୍ରି ହେବ ଆଉ ୩ ରାଷ୍ଟ୍ରାୟତ୍ତ କମ୍ପାନି, ଚଳିତ ବର୍ଷ ଶେଷ ହେବ ପ୍ରକ୍ରିୟା: ୩ ଆଇପିଓ ଆଣିବାକୁ ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିକଟରେ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ପ୍ରକ୍ରିୟାକୁ ସଫଳ କରାଇଛନ୍ତି । ନିଳାଚଳ ଇସ୍ପାତ ନିଗମ ଲିମିଟେଡ(ଏନ୍‌ଆଇଏନ୍‌ଏଲ୍‌)ରବିଡିଂକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଉଭୟ ସଂସ୍ଥା ଟାଟା ଗ୍ରୁପ ନିକଟକୁ ଯାଉଛି।

କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବେ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ୨୦୨୨-୨୩ରେ ଆଉ ୩ ରାଷ୍ଟ୍ରାୟତ୍ତ କମ୍ପାନି ଘରୋଇ କ୍ଷେତ୍ର ହାତକୁ ଯିବ ବୋଲି ଜଣାପଡ଼ିଛି । ଏହା ମଧ୍ୟରେ ସିପିଂ କର୍ପୋରେଶନ, ବିଇଏମ୍‌ଏଲ୍‌ ଏବଂ ତୈଳ ବିପଣନ କମ୍ପାନି ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ୍‌) ସାମିଲ ରହିଛି । ସେହିଭଳି ୩ ରାଷ୍ଟ୍ରାୟତ୍ତ କମ୍ପାନିର ଇନିସିଆଲ ପବ୍ଲିକ ଅଫରିଂ(ଆଇପିଓ) ଆଣିବା ଦିଗରେ କେନ୍ଦ୍ର ସରକାର ଅଗ୍ରସର ହେଉଛନ୍ତି । ଆଇପିଓ ଆସିବାକୁ ଥିବା ସଂସ୍ଥା ମଧ୍ୟରେ ଇସିଜିସି ରହିଛି ।

ବଜେଟ ୨୦୨୨-୨୩ରେ କେନ୍ଦ୍ର ସରକାର ଆସନ୍ତା ଆର୍ଥିକ ବର୍ଷ ଲାଗି ୬୫ ହଜାର କୋଟି ଟଙ୍କା ପୁଞ୍ଜି ପ୍ରତ୍ୟାହାର ନେଇ ଲକ୍ଷ୍ୟ ରଖିଛନ୍ତି । ୨୦୨୧-୨୨ ବଜେଟରେ ସରକାର ୧.୭୫ ଲକ୍ଷ କୋଟି ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ରଖିଥିଲେ । ବଜେଟର ପରିବର୍ତ୍ତିତ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଏହାକୁ ୭୮ ହଜାର କୋଟି ଟଙ୍କାୁ ହ୍ରାସ କରାଯାଇଥିଲା ।

ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ (ଦୀପମ) ସଚିବ ତୁହିନ କାନ୍ତ ପାଣ୍ଡେ କହିଛନ୍ତି ଯେ, ଆସନ୍ତା ଆର୍ôଥକ ବର୍ଷର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟକୁ ଉଭୟ ଅଂଶଧନ ବିକ୍ରି ଏବଂ ଆଇପିଓ ଦ୍ୱାରା ପୂରଣ କରାଯିବ । ପୱନହଂସ ଲାଗି ସରକାର ଏକାଧିକ ବିଡ୍‌ ହାସଲ କରିଛନ୍ତି । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ । ଶିପିଂ କର୍ପୋରେଶନ, ବିଇଏମ୍‌ଏଲ୍‌, ବିପିସିଏଲ୍‌ର ଫାଇନାନ୍ସିଆଲ ବିଡ୍‌ ଆଣିବା ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ରହିଛି ।

ଏଚ୍‌ଏଲଏଲ୍‌ ଲାଇଫ କେୟାର ଏବଂ ପିଡିଆଇଏ ଇଓଆଇ ସ୍ତରରେ ରହିଛି । ଏହାବାଦ ଆସନ୍ତା ଆର୍ôଥକ ବର୍ଷରେ ଇସିଜିସି, ୱାପକସ, ନ୍ୟାଶନାଲ ସିଡସ କର୍ପୋରେଶନର କିଛି ପରିମାଣର ଅଂଶଧନ ବିକ୍ରି ଲାଗି ମଧ୍ୟ ପ୍ରସ୍ତାବ ରହିଛି ବୋଲି ପାଣ୍ଡେ ଉଲ୍ଲେଖ କରିଛନ୍ତି । ସିପିଂ କର୍ପୋରେଶନ ଏବଂ ବିଇଏମ୍‌ଏଲ୍‌ର ପ୍ରମୁଖ ଏବଂ ଅଣ ପ୍ରମୁଖ ସମ୍ପତ୍ତିକୁ ପୃଥକ କରିବା ଲାଗି ପ୍ରକ୍ରିୟା ହାତକୁ ନିଆଯିବ । ଏହା ପରେ ଘରୋଇକରଣ ଲାଗି ବିଡ୍‌ ଆହ୍ୱାନ କରାଯିବ ।

ସେ ପୁଣି କହିଛନ୍ତି ଯେ, ବିପିସିଏଲ୍‌ ଘରୋଇକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ମଧ୍ୟ କାର୍ଯ୍ୟପନ୍ଥା ହାତକୁ ନିଆଯାଉଛି । ବିପିସିଏଲ୍‌ର ୫୨.୯୮%, ବିଇଏମ୍‌ଏଲ୍‌ର ୫୧% ଏବଂ ସିପିଂ କର୍ପୋରେଶନର ୨୬% ଅଂଶଧନ ବିକ୍ରି ହେବ। ଏହବାଦ ପୱନହଂସର ୫୧% ଏବଂ ଓଏନ୍‌ଜିସିର ୪୯% ଅଂଶଧନ ବିକ୍ରି ହେବାର ଯୋଜନା ରଖାଯାଇଛି । ସମ୍ପୂର୍ଣ୍ଣ ପ୍ରକ୍ର୍ରିୟା ଶେଷ ହେବା ଲାଗି ୧ ବର୍ଷରୁ ୧.୫ ବର୍ଷ ସମୟ ଲାଗିପାରେ । ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଏୟାର ଇଣ୍ଡିଆର ଡିଲ ୧୮ ହଜାର କୋଟି ଟଙ୍କାରେ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking