28.1 C
Bhubaneswar
Wednesday, April 24, 2024
Homeଜୀବନଶୈଳୀବିବାହ ମଣ୍ଡପରେ କନ୍ୟା ହଠାତ୍‌ କଲେ ଏମିତି ଅଜବ କାମ, ବର ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ବିବାହ ମଣ୍ଡପରେ କନ୍ୟା ହଠାତ୍‌ କଲେ ଏମିତି ଅଜବ କାମ, ବର ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ନିଜର ବାହାଘରକୁ ସ୍ମୃତିମଧୁର କରିବାକୁ ସମସ୍ତେ ଇଚ୍ଛା କରିଥାନ୍ତି , ଆଉ ଏଥିପାଇଁ ସେମାନେ ଭିନ୍ନ ଭିନ୍ନ ଉପାୟରେ ବିଶେଷ କାମ କରିଥାନ୍ତି । ବିବାହ ଦିନ ବର କନ୍ୟା ସବୁ ଅତିଥିଙ୍କ ପାଇଁ ପଏଣ୍ଟ ଅଫ୍‌ ଆଟାକ୍ସନ ହୋଇଥାନ୍ତି। ସେ ସେହି ଦିନ ଯାହା ବି କରିଥାନ୍ତି ଲୋକଙ୍କ ନଜର ତାଙ୍କ ଉପରେ ଥାଏ । ବିବାହକୁ ସ୍ମୃତିମୟ କରିବାକୁ ସବୁଠୁ ସହଜ ଉପାୟ ଏହାକି ସେହି ସମୟରେ ଖୁସିରେ ନୃତ୍ୟ କରିବା। କିଛି ଏମିତି ହିଁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ଦେଖିବାକୁ ମିଳିଛି । ଜଣେ କନ୍ୟା ମଣ୍ଡପରେ ହଠାତ୍ ନାଚରେ ଝୁମି ଗଲେ, ସେଠାରେ ଉପସ୍ଥିତ ଥିବା କେବଳ ଅତିଥିଙ୍କୁ ନୁହେଁ ବରଙ୍କୁ ମଧ୍ୟ ଏହା ଆଶ୍ଚର୍ଯ୍ୟ କରିଥିଲା। ସେ ସମସ୍ତଙ୍କ ସାମନାରେ ଏମିତି ସମୟରେ ଡ୍ୟାନ୍ସ କରିବା ଆରମ୍ଭ କଲେ , ଯେବେ ସମସ୍ତେ ତାଙ୍କୁ ଚୁପଚାପ ଦେଖୁଥିଲେ।

ଇଣ୍ଟରନେଟ୍‌ରେ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି କି, ବିବାହରେ ଜୟମାଳା ପୂର୍ବରୁ ବର ଓ କନ୍ୟା ଷ୍ଟେଜ୍‌ରେ ଛିଡ଼ା ହେଉଛନ୍ତି ଏବଂ ଏତିକି ବେଳେ କନ୍ୟାଙ୍କର ଏଣ୍ଟ୍ରି ହୁଏ ଏବଂ ନାଚି ନାଚି ଷ୍ଟେଜ୍‌ ଉପରକୁ ଆସୁଛନ୍ତି । କନ୍ୟା ଖୁସିରେ କିଛି ଏମିତି କରିବାକୁ ଲାଗିଲେ , ଯାହାକୁ ବର କେବେ ଆଶା କରିନଥିଲେ । କନ୍ୟା ବଲିଉଡର ଲୋକପ୍ରିୟ ଗୀତ ରଙ୍ଗ ଚଢ଼ା ହେ, ରଙ୍ଗ ଚଢେଗା …ରେ ଝୁମି ଝୁମି ଡ୍ୟାନ୍ସ କରିବା ଆରମ୍ଭ କରିଦେଲେ ।ସବୁଠୁ ଆଶ୍ଚର୍ଯ୍ୟକର କଥା କି ସେଠାରେ ଉପସ୍ଥିତ ଥିବା ବର ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କନ୍ୟାଙ୍କୁ ଦେଖି କେବଳ ହସୁଥିଲେ । ବର କନ୍ୟା ସହ ଡ୍ୟାନ୍ସ କରି ନଥିଲେ, ହେଲେ କନ୍ୟା ନିଜେ ନିଜେ ମସ୍ତିରେ ନାଚି ଚାଲୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking