33.1 C
Bhubaneswar
Saturday, April 27, 2024
Homeଓଡିଶାଭୁବନେଶ୍ୱରରେ ଆଉ ୩ କୋରନା ପଜେଟିଭ ଚିହ୍ନଟ

ଭୁବନେଶ୍ୱରରେ ଆଉ ୩ କୋରନା ପଜେଟିଭ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ଷଷ୍ଠ କରୋନା ପଜେଟିଭ୍ ଚିହ୍ନଟ ପରେ ଏବେ ରାଜ୍ୟରେ ଆହୁରି ୩ ଜଣ କରୋନା ପଜେଟିଭ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତ ଭୁବନେଶ୍ୱର ବମିଖାଲ୍ ଅଂଚଳର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ସୂଚନା ଦିଆଯାଇଛି । ତେବେ ଆଜି ସକାଳେ କଟକରୁ ଜଣେ କରୋନା ପଜେଟିଭ ରୋଗୀ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଚିହ୍ନଟଙ୍କ ସଂଖ୍ୟା ୯ରେ ପହଂଚିଛି । ଭୁବନେଶ୍ୱରରୁ ୭ ଜଣ ହୋଇଥିବା ବେଳେ କଟକରୁ ଜଣେ ଏବଂ ଭଦ୍ରକରୁ ଜଣେ ବୋଲି ସ୍ପଷ୍ଟ ହୋଇଛି । ତେବେ ୯ ଜଣଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତମାନ ୭ ଜଣ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ଓଡିଶାରେ ମାର୍ଚ୍ଚ ୧୫ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ତେବେ ବମିଖାଲରୁ ଚିହ୍ନଟ ହୋଇଥିବା ୩ କୋରନା ପଜେଟିଭ କେଉଁଠାରୁ ଆସିଥିଲେ ଏବଂ କିପରି ସଂକ୍ରମିତ ହୋଇଛନ୍ତି ତାହାକୁ ନେଇ ଖୋଳତାଡ ଏବେ ଜାରି ରହିଛି ।
https://onakhabar.com/2020/04/03/6th-corona-positive-identified-odisha-cuttack/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking