27.1 C
Bhubaneswar
Thursday, April 25, 2024
Homeଓଡିଶାସଟ୍ ଡାଉନ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ସଟ୍ ଡାଉନ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର : ରାଜ୍ୟରେ ଲାଗୁ ହୋଇଛି ସଟ୍ ଡାଉନ୍ । ଏହାକୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆପଣମାନେ ଜାଣନ୍ତି କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଲକ ଡାଉନ ଜାରି ହୋଇଛି । ଏଥିରେ ରାଜ୍ୟ ବାସୀ ସହଯୋଗ ପାଇଁ ମୁଁ ଧନ୍ୟବାଦ ଜଣାଉଛି । ଚଳିତ ସପ୍ତାହ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଅଟେ । ତେଣୁ ରାଜ୍ୟ ସରକାର କରୋନା ରୋଗର ଚିହ୍ନଟ ହୋଇଥିବା ତିନୋଟି ସହର ଯଥା, ଭୁବନେଶ୍ୱର, କଟକ ଓ ଭଦ୍ରକରେ ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ୪୮ଘଣ୍ଟା ପାଇଁ ସଟ୍‌ଡାଉନ୍ ଜାରି କରିଛନ୍ତି । ଏହି ୪୮ଘଣ୍ଟା ପ୍ରଶାସନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏହି ୪୮ଘଣ୍ଟା ମଧ୍ୟରେ ପ୍ରଶାସନ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ କଣ୍ଟାକ୍ଟ ଟ୍ରାକିଂ ଭଲ ଭାବରେ କରିପାରିବେ । କରୋନା ସଂକ୍ରମଣକୁ ରୋକିବା ପାଇଁ ଏହା ଖୁବ ଜରୁରୀ ଅଟେ । ନିଜ ପରିବାର ଓ ବନ୍ଧୁମାନଙ୍କ ଭଲ ପାଇଁ, ମଙ୍ଗଳ ପାଇଁ ଆମକୁ ବ୍ୟକ୍ତିଗତ ଭାବରେ ଏହି ତ୍ୟାଗ କରିବାକୁ ହେବ । କଷ୍ଟ ସ୍ୱୀକାର କରିବାକୁ ହେବ । ଆମର ଏହି ତ୍ୟାଗ ହିଁ ଆମ ସମସ୍ତଙ୍କୁ ସୁରକ୍ଷିତ ରଖିପାରିବ । ଭୁବନେଶ୍ୱର, କଟକ ଓ ଭଦ୍ରକର ଜନସାଧାରଣଙ୍କୁ ମୋର ଅନୁରୋଧ ଆପଣମାନେ ୪୮ଘଣ୍ଟା ପାଇଁ ସଟଡାଉନକୁ ପାଳନ କରନ୍ତୁ । ଘରେ ରୁହନ୍ତୁ ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଉଦ୍ୟମରେ ସହଯୋଗ କରନ୍ତୁ ।

ବିଧାନସଭା ମେଡିକାଲ ଅଧିକାରୀଙ୍କ ନିଲମ୍ବନ ପ୍ରତ୍ୟାହୃତ

ଭୁବନେଶ୍ୱର : ଓଡ଼ିଶା ସରକାର ଶୁକ୍ରବାର ରାଜ୍ୟ ବିଧାନସଭାର ଜୋନାଲ ଡିସପେନ୍‌ସାରୀ ମେଡିକାଲ ଅଧିକାରୀ ଲଲିତ ବେହରାଙ୍କ ୁ ନିଳମ୍ବନକୁ ପ୍ରତ୍ୟାହାର କରିଛନ୍ତି । ପ୍ରକାଶ ଥାଉକି, ରାଜ୍ୟର ତୃତୀୟ କରୋନା ପଜେଟିଭ୍ ବ୍ୟକ୍ତିଙ୍କ ତଥ୍ୟକୁ ଲୁଚାଇଥିବାରୁ ଶ୍ରୀ ବେହେରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସୁରୁପ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା ।

ସମ୍ପୃକ୍ତ ୬୦ବର୍ଷ ବୟସ୍କ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ବିଷୟରେ ସମ୍ପୂର୍ଣ୍ଣ ରିପୋର୍ଟ ଡ. ଲଲିତ ବେହେରା ସରକାରଙ୍କୁ ପ୍ରଦାନ କରି ନଥିଲେ । ପରବର୍ତ୍ତୀ ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କର କରୋନା ପରୀକ୍ଷା ରିପୋର୍ଟ ପଜେଟିଭ୍ ଜଣାପଡ଼ିଥିଲା । ଯାହା ଫଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମାର୍ଚ୍ଚ ୨୭ତାରିଖରେ ଡ. ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking