30.1 C
Bhubaneswar
Wednesday, April 24, 2024
Homeଓଡିଶାସ୍ୱାସ୍ଥ୍ୟ ସେବା ଶିବିର ଅନୁଧ୍ୟାନ କଲେ ମନ୍ତ୍ରୀ ଟୁକୁନି

ସ୍ୱାସ୍ଥ୍ୟ ସେବା ଶିବିର ଅନୁଧ୍ୟାନ କଲେ ମନ୍ତ୍ରୀ ଟୁକୁନି

ବଲାଙ୍ଗିର/ସଇଁନ୍ତଲା;-କରୋନା ମୁକାବିଲା ପାଇଁ ସାରା ଦେଶରେ ଏବେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷରେ ପଞ୍ଚାୟତ ସ୍ତରରୁ କୁରାଣ୍ଟାଇନ ସେଣ୍ଟର ମାନ ଖୋଲା ଯାଉଛି । ସେହିପରି ସଇଁତଳା ବ୍ଲକରେ ମଧ୍ୟ ବିଭିନ୍ନ ସ୍ଥାନରେ ଏଭଳି ଶିବିର ପ୍ରସ୍ତୁତି କରାଯାଇଛି । ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କେରମେଲି ହାଇସ୍କୁଲ ଠାରେ ନିର୍ମିତ ଏକ ସହାୟିକ ସ୍ୱାସ୍ଥ୍ୟ ସେବା ଶିବିର କୁ ମହିଲା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଗସ୍ତ କରି ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆହୁରି ମଧ୍ୟ ଲକଡାଉନକୁ କଡାକଡି ଭାବେ ପାଳନ କରିବା, ଅଂଚଳର ଅସହାୟକଙ୍କୁ ସୁରକ୍ଷା ଯୋଗାଇବା, ଗରିବ ଅସହାୟଙ୍କୁ ଭୋକିଲା ରହିବାକୁ ନଦେବା ସମ୍ପର୍କରେ ସମସ୍ତଙ୍କୁ ସଚେତନତ କରିଥିଲେ । ନିଜକୁ ତଥା ପରିବାରକୁ ସୁରକ୍ଷିତ ରଖିବା ପାଇଁ ଲକଡାଉନ କଟକଣାକୁ ଉଲ୍ଲଂଘନ ନ କରିବା,ନିର୍ଦ୍ଧାରିତ ସମୟରେ ମଧ୍ୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ସହଯୋଗ ର ହାତ ବଢାଇବା, ବାହାରକୁ ଆସୁଥିବା ଲୋକଙ୍କ ଉପରେ ତୀଖ୍ଣ ଦୃଷ୍ଟି ରଖିବା, କଳାବଜାରୀଙ୍କ ଉପରେ ଅଙ୍କୁଶ ଲଗାଇବା ସହ ବାହାରୁ ଆସୁଥିବା ଲୋକଙ୍କୁ ଗ୍ରାମ ବାହାରେ ଅସ୍ଥାୟୀ ଗୃହରେ ଆଶ୍ରୟ ଦେଇ ଖାଦ୍ୟପେୟ ଯୋଗାଇ ଦେବା ପାଇଁ ମନ୍ତ୍ରୀ କେରମେଲି କାର୍ଯ୍ୟନିର୍ବାହି ଅଧିକାରୀ ଆନନ୍ଦ ପଧାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତରେ ଅନ୍ୟ ମାନଙ୍କ ମଧ୍ୟର ବିଡିଓ ଦେବାଶିଷ ସାମଲ,ସ୍ଥାନୀୟ ସରପଂଚ ସ୍ୱର୍ଣ୍ଣର୍ଚମ୍ପା ସୁନା,ଜିପିଓ କିଶୋର ମାନସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ବଲାଙ୍ଗିରରେ ହେବ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ବଲାଙ୍ଗିର; – ବଲାଙ୍ଗିର ରେ ହେବ ୨୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ହସ୍ପିଟାଲ । ଏନେଇ ଆଜି ବଲାଙ୍ଗିର କିସ୍ କ୍ୟାମ୍ପସ ପରିସର ରେ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । କଲିଙ୍ଗ ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଭୁବନେଶ୍ୱର , ଓଡିଶା ମାଇନିଙ୍ଗ କର୍ପୋରେସନ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ହସପିଟାଲ ରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ମଧ୍ୟ ରହିବ ।

ଆଜି କିସ,କିଟ ଓ କିମ୍ସ ର ପ୍ରତିଷ୍ଟାତା ଡ. ଅଚ୍ୟୁତ ସାମନ୍ତ ଙ୍କ ଉପସ୍ଥିତି ରେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଓ କିମ୍ସ ର ସିଇଓ ଡ. ବିଷ୍ଣୁ ପାଣିଗ୍ରାହୀ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିଲେ । ବଲାଙ୍ଗିର ର ଏହି କୋଭିଡ ହସ୍ପିଟାଲ କୁ କିମ୍ସ୍ ଭୁବନେଶ୍ୱର ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପରିଚାଳନା କରିବା ବେଳେ ଓଡିଶା ମାଇନିଙ୍ଗ କର୍ପୋରେସନ ଆର୍ଥିକ ଅନୁଦାନ ଯୋଗାଇ ଦେବର ସୁଚନା ରହିଛି । ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ସମୟରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି , ସିଡିଏମଓ ଡା. ନାରାୟଣ ଥନାପତି ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking