28.1 C
Bhubaneswar
Friday, April 26, 2024
Homeଓଡିଶାଏଥର ବି କମିବ ସିଲାବସ୍ : ମନ୍ତ୍ରୀ

ଏଥର ବି କମିବ ସିଲାବସ୍ : ମନ୍ତ୍ରୀ

ଭୁବନେଶ୍ୱର : ସିଲାବସ୍ ହ୍ରାସ ହେବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସ୍କୁଲ୍ ଖୋଲିବା ନିଷ୍ପତ୍ତି ଏ ଯାଏଁ ହୋଇନି ବୋଲି ମନ୍ତ୍ରୀ କହିଛନ୍ତି । ଅନ୍‌ଲାଇନ୍‌ରେ ସ୍କୁଲ୍ ପିଲାମାନଙ୍କୁ ପାଠ ପଢ଼ାଯାଉଛି । ଅନ୍‌ଲାଇନ୍ ଶିକ୍ଷା ସବୁ ପିଲାଙ୍କ ପାଖରେ ପହଞ୍ଚିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି । ତେଣୁ ଚଳିତବର୍ଷ ବି ପୂର୍ବବର୍ଷ ଭଳି ସିଲାବସ୍ କମାଇବା ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ କମାଯିବ । ନବମ ଓ ଦଶମ ଶ୍ରେଣୀର ୩୦% ସିଲାବସ୍ ହ୍ରାସ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସିଲଶବା ହ୍ରାସ ହେବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ମହାମାରୀ ଯୋଗୁ ସ୍କୁଲ, ଟିଉସନ ସବୁ ବନ୍ଦ। ଅନ୍‌ଲାଇନ କ୍ଲାସରେ ଅନେକ ସମସ୍ୟା ରହିଛି। କେଉଁଠି ନେଟ ପାଉନି, କେଉଁଠି ଡାଟା ସରି ଯାଉଛି। ଯାହା ବି ହେଉ, ଘରୋଇ ସ୍କୁଲ ପିଲାମାନଙ୍କର ଅନ୍‌ଲାଇନ କ୍ଲାସ ଜାରି ରହିଥିବାବେଳେ ବେଶି ଅସୁବିଧାର ସମ୍ମୁଖୀନ ହେଉଥିଲେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ। ଏଇ ପରିପ୍ରେକ୍ଷୀରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ୟୁ ଟ୍ୟୁବରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । ୟୁଟ୍ୟୁବରେ ଯେଉଁ ବିଷୟ ପଢାଯିବ, ତାହା ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ଦେଖିବେ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ୱନ୍ଦ୍ୱକୁ ଚାଟ୍ ଓ ଭଏସ କଲ୍ ମାଧ୍ୟମରେ ଦୂର କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking