37.1 C
Bhubaneswar
Sunday, May 5, 2024
Homeଓଡିଶାଏସିଆ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ପ୍ରିଂ ଗାର୍ଲ ପ୍ରିୟା

ଏସିଆ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ପ୍ରିଂ ଗାର୍ଲ ପ୍ରିୟା

ନୟାଗଡ଼ : ପୁଣି ଚମକିଲେ ନୟାଗଡ଼ର ସ୍ପ୍ରିଂ ଗାର୍ଲ ପ୍ରିୟା । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡରେ ନିଜ ନାଁକୁ ଯୋଡ଼ିବା ସହ ଏକ ବିରଳ ରେକର୍ଡ କରିବାରେ ଐତିହାସିକ ସଫଳତା ପାଇଛନ୍ତି ଏହି ସର୍ବକନିଷ୍ଠ କୁନି ଝିଅ । ପୂରା ଶରୀର ସ୍ପ୍ରିଂ ଭଳି ।  ବଡ଼ ବଡ଼ କ୍ଳିଷ୍ଟ ଆସନ ସହ ଅଦ୍ଭୂତ ପ୍ରକାରର ଶାରୀରିକ କୌଶଳ ଦେଖାଉଛନ୍ତି ପ୍ରିୟା । ଗତ ୨ ମାସ ତଳେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳା ମଥୁରାପୁର ସାହିର ଏହି ସାଢ଼େ ତିନିବର୍ଷର କୁନି ଝିଅ ପ୍ରିୟଦର୍ଶିନୀ ନାୟକ(ପ୍ରିୟା)ଙ୍କ ଚମତ୍କାରିତା ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ଏହି ଖବର ପ୍ରସାରଣ ପରେ ପ୍ରିୟାଙ୍କୁ ମିଳିଛି ସ୍ୱତନ୍ତ୍ର ପରିଚୟ । ଏକକାଳୀନ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ପ୍ରିଂ ଗର୍ଲ ଭାବେ ଏକ ସ୍ୱତନ୍ତ୍ର ନାମରେ ନିଜ ନାଁକୁ ଯୋଡ଼ିପାରିଛନ୍ତି ପ୍ରିୟା । ୧୮ଟି ଭାଷାର ଖବର କାଗଜ ପୃଷ୍ଠାରେ ମଧ୍ୟ ପ୍ରିୟାଙ୍କ ସମ୍ପର୍କରେ ଖବର ପ୍ରକାଶପାଇଛି । ଏହାକୁ ନେଇ ପ୍ରିୟାଙ୍କ ପରିବାରରେ ଖୁସିର ମାହୋଲ୍ ଦେଖାଦେଇଛି । ଗରିବ ପରିବାରରେ ଜନ୍ମ ନେଇଥିବା ପ୍ରିୟା ସରକାରଙ୍କ ତରଫରୁ ନିଜର ଆବଶ୍ୟକୀୟ ପ୍ରୋତ୍ସାହନ ପାଇଁ ପାରିଲେ ହୁଏତ ଆଗକୁ ଅନେକ ସୁନାମ ଆଣିପାରନ୍ତେ ବୋଲି ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking