29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଭାରତର ଏହି ପବିତ୍ର ଗଛ ପାକିସ୍ତାନର ଜାତୀୟ ବୃକ୍ଷ; ଆସନ୍ତୁ ଜାଣିବା

ଭାରତର ଏହି ପବିତ୍ର ଗଛ ପାକିସ୍ତାନର ଜାତୀୟ ବୃକ୍ଷ; ଆସନ୍ତୁ ଜାଣିବା

ପାକିସ୍ତାନ: ପାକିସ୍ତାନ ସ୍ୱାଧୀନତା ପରେ ଏହାର ଜାତୀୟ ପଶୁ, ଜାତୀୟ ପକ୍ଷୀଠାରୁ ଆରମ୍ଭ କରି ଅନେକ ଜାତୀୟ ପ୍ରତୀକ ଘୋଷଣା କଲା। ଏହିସବୁ ଜାତୀୟ ପ୍ରତୀକ ଏପରି ଯେ ଯାହାର ଅନେକ ଭାରତ ସହିତ ଲିଙ୍କ୍‌ ଅଛି। ଏହାର କାରଣ ହେଉଛି ଅଲଗା ହେବା ପରେ ମଧ୍ୟ ଉଭୟ ଦେଶ ସାଂସ୍କୃତିକ ଏବଂ ଭୌଗୋଳିକ ଦୃଷ୍ଟିରୁ ସମାନ ଥିଲେ। ପାକିସ୍ତାନର ଯେଉଁ ଗଛକୁ ଜାତୀୟ ବୃକ୍ଷ ଭାବେ ମାନେ ତାହା ହେଉଛି ଭାରତର ଏକ ପବିତ୍ର ବୃକ୍ଷ।

ପାକିସ୍ତାନର ଜାତୀୟ ବୃକ୍ଷ ହେଉଛି ସେହି ବୃକ୍ଷ, ଯାହା ଆମ ଦେଶରେ ଭଗବାନ ଶିବଙ୍କର ପ୍ରିୟ ବୃକ୍ଷମାନଙ୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଆଜି ବି ଏହି ବୃକ୍ଷ ହିନ୍ଦୁ ଧର୍ମରେ ଶୁଦ୍ଧତା, ଶାନ୍ତି ଏବଂ ଆଧ୍ୟାତ୍ମିକତା ସହିତ ଜଡିତ। ଭାରତରେ ବିଶ୍ୱାସ କରାଯାଏ ଯେ ଏହି ବୃକ୍ଷ ଯେଉଁଠାରେ ଥାଏ, ଭଗବାନ ଶିବ ସେଠାରେ ରୁହନ୍ତି। ଏହି ଗଛ ମୂଳେ ଠିଆ ହେଲେ ପ୍ରକୃତରେ ଏକ ବିରାଟ ଶାନ୍ତି ଅନୁଭବ ହୁଏ।

ଏହା ହେଉଛି ଦେବଦାରୁ ଗଛ। ପାକିସ୍ତାନ ସ୍ୱାଧୀନ ହେବା ପରେ ଏହାକୁ ନିଜର ଜାତୀୟ ବୃକ୍ଷ ଭାବରେ ଘୋଷଣା କଲା। ହୋଇଥିଲା। ଏହାର କାରଣ ବୋଧହୁଏ ଏହା ପାକିସ୍ତାନ ଅଧୀନରେ ଆସିଥିବା ହିମାଳୟର ସେହି ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଗଛ ତ ଏହାର ଉଚ୍ଚତା, ଶକ୍ତ ଏବଂ ପରିବେଶ ଦୃଷ୍ଟିରୁ ସ୍ୱତନ୍ତ୍ର, ଏହା ଛଡା ଏହା ମଧ୍ୟ ଦେଖିବା ପାଇଁ ଖୁବ ଆକର୍ଷଣୀୟ। ପାକିସ୍ତାନରେ ଏହି ଗଛ ବହୁତ ପରିମାଣରେ ଦେଖିବାକୁ ମିଳେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking