34.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆଇପିଏଲରୁ ମାଲାମାଲ ହେଲେ ଏହି ସବୁ ଖେଳାଳି

ଆଇପିଏଲରୁ ମାଲାମାଲ ହେଲେ ଏହି ସବୁ ଖେଳାଳି

ନୂଆଦିଲ୍ଲୀ: ଶେଷ ହୋଇଛି ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ । ସୋମବାର ଚେନ୍ନାଇ ସୁପର କିଙ୍ଗସ୍ ଚାମ୍ପିୟନ୍ ହେବା ସହିତ ବିଶ୍ୱର ଏହି ଧନୀ କ୍ରିକେଟ୍ ଲିଗର ୧୬ ନମ୍ବର ସିଜିନ୍ ଶେଷ ହୋଇଛି । ଫାଇନାଲ ମ୍ୟାଚରେ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍ ୫ ୱିକେଟରେ ହାର୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସଙ୍କୁ ପରାସ୍ତ କରି, ପଞ୍ଚମ ଥର ପାଇଁ ଟ୍ରଫି ଜିତିଛି । ଅନ୍ୟପଟେ ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ ହେବାକୁ ଲକ୍ଷ୍ୟ ରଖିଥିବା ଗୁଜରାଟ ପୁଣିଥରେ ଟ୍ରଫି ହାସଲ କରିପାରିନି । ତେବେ ଫାଇନାଲ ମ୍ୟାଚ୍ ହାରିଥିଲେ ବି, ରନର୍ସ ଅପ୍ ଟିମ୍ ଗୁଜରାଟ ଟାଇଟନ୍ସ ୧୨ କୋଟି ୫୦ ଲକ୍ଷ ଟଙ୍କା ପୁରସ୍କାର ଜିତିଛି । ଯାହାକି ବିଶ୍ୱର ଅନ୍ୟ କ୍ରିକେଟ ଲିଗର ପ୍ରାଇସ୍ ମନିଠାରୁ ଢେର ଗୁଣ ଅଧିକ ।ଆଇପିଏଲ୍ ଫାଇନାଲ ମ୍ୟାଚ୍ ଶେଷ ହେବା ପରେ ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କୁ ପୁରସ୍କାର ବାବଦରେ ଚେକ୍ ଦେଇଥିଲେ ବିସିସିଆଇ ସଭାପତି ରୋଜର ବିନ୍ନି ଆଉ ସମ୍ପାଦକ ଜୟ ଶାହା । ଆଇପିଏଲ୍ ଚାମ୍ପିୟନ୍ ହେଇଥିବାରୁ ଚେନ୍ନାଇ ସୁପର କିଙ୍ଗସକୁ ଟ୍ରଫି ସହିତ ଏହି ୨୦ କୋଟି ଟଙ୍କା ପୁରସ୍କାର ଦିଆଯାଇଥିଲା । ସେହିପରି ଆଇପିଏଲ୍ ଫାଇନାଲ ହାରି ରନର୍ସ ଅପ୍ ହେଇଥିବା ଗୁଜରାଟ ଟାଇଟନ୍ସ ଦଳକୁ ମିଳିଛି ୧୨ କୋଟି ୫୦ ଲକ୍ଷ ଟଙ୍କା ପୁରସ୍କାର । ଯାହାକି ଅନ୍ୟ ଲିଗର ପ୍ରାଇସ୍ ମନିଠାରୁ ଢେର ଗୁଣ ଅଧିକ ଅଟେ ।
ଚେନ୍ନାଇ ସୁପର କିଙ୍ଗସ୍ ଆଉ ଗୁଜରାଟ ଟାଇଟନ୍ସ ସହିତ ପ୍ଲେ ଅଫକୁ କ୍ୱାଲିଫାଏ କରିଥିବା ଅନ୍ୟ ଦୁଇଟି ଟିମକୁ ମଧ୍ୟ ପୁରସ୍କାର ଦେଇଛି ବିସିସିଆଇ । ପ୍ଲେ-ଅଫ୍ ୨ ହାରି ତୃତୀୟ ସ୍ଥାନରେ ରହିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ପୁରସ୍କାର ବାବଦରେ ୭ କୋଟି ଟଙ୍କା ଏବଂ ଏଲିମିନେଟର ହାରି ଚତୁର୍ଥ ସ୍ଥାନରେ ଥିବା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ୬ କୋଟି ୫୦ ଲକ୍ଷ ଟଙ୍କା ପୁରସ୍କାର ଦେଇଛି ବିସିସିଆଇ ।

ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ଟି-୨୦ ଲିଗ୍ ଖେଳାଯାଇଥାଏ । ହେଲେ ଏହି ସବୁ କ୍ରିକେଟ୍ ଲିଗର ପ୍ରାଇସ୍ ମନିଠାରୁ ଆଇପିଏଲର ପ୍ରାଇସ୍ ମନିଠାରୁ ଢେର ଗୁଣ ଅଧିକ ଅଟେ । ସାଉଥ୍ ଆଫ୍ରିକା ଟି-୨୦ ଲିଗରେ ଚାମ୍ପିୟନ ଟିମକୁ ୧୫ କୋଟି ଦିଆଯାଉଥିବାବେଳେ, କାରବିଆନ୍ ପ୍ରିମିୟର ଲିଗରେ ଚାମ୍ପିୟନ୍ ଦଳକୁ ୮ କୋଟି ୧୪ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଏ । ସେହିପରି ପାକିସ୍ତାନରେ ଖେଳାଯାଉଥିବା ପିଏସଏଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ଟିମକୁ ମାତ୍ର ୩ କୋଟି ୪୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥାଏ । ହେଲେ ଆଇପିଏଲରେ ଚତୁର୍ଥ ସ୍ଥାନରେ ରହୁଥିବା ଟିମକୁ ବି ୬ କୋଟି ୫୦ ଲକ୍ଷ ଟଙ୍କା ମିଳୁଥିବାବେଳେ, ଚାମ୍ପିୟନ ଟିମକୁ ମିଳିିଥାଏ ୨୦ କୋଟି ଟଙ୍କା ପୁରସ୍କାର ।ଆଇପିଏଲ୍ କେବଳ ଟିମ୍ ମାନଙ୍କୁ ପୁରସ୍କାର ଦେଇଛି ତା ନୁହେଁ । ଚାମ୍ପିୟନ୍ ଆଉ ରନର୍ସ ଅପ୍ ଟିମ୍ ସହିତ ଟୁର୍ଣ୍ଣାମେଣ୍ଟରେ ଚମକ୍ରାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମଧ୍ୟ ପୁରସ୍କାର ଦିଆଯାଇଛି । ଟୁର୍ଣ୍ଣାମେଂଟର ଇମର୍ଜିଂ ପ୍ଲେୟାର ଭାବେ ଯଶସ୍ୱୀ ଜୟସକୱାଲ ପାଇଛନ୍ତି ୧୦ ଲକ୍ଷ ଟଙ୍କା ପୁରସ୍କାର । ସେହିପରି ଶୁଭମନ୍ ଗିଲ ଅରେଞ୍ଜ କ୍ୟାପ୍ ସହିତ ଗେମ୍ ଚେଞ୍ଜର ଅଫ୍ ଦ ସିଜିନ, ମୋଷ୍ଟ ଭାଲୁଏବୁଲ ପ୍ଲେୟାରର ପୁରସ୍କାର ଜିତିଛନ୍ତି । ଅନ୍ୟପଟେ ଫାଫ୍ ଡୁ ପ୍ଲେସିସ୍ ୨୦ ଲକ୍ଷ ଟଙ୍କା, ରସିଦ ଖାନ୍ ୧୦ ଲକ୍ଷ ଟଙ୍କା ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ ୧୦ ଲକ୍ଷ ଟଙ୍କା ଜିତିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking