35.1 C
Bhubaneswar
Friday, May 10, 2024
Homeଦେଶ ବିଦେଶଦରଦାମ୍ ବୃଦ୍ଧିକୁ ନେଇ ଆମେରିକାରେ ବଡ ସମସ୍ୟା

ଦରଦାମ୍ ବୃଦ୍ଧିକୁ ନେଇ ଆମେରିକାରେ ବଡ ସମସ୍ୟା

ନୂଆଦିଲ୍ଲୀ: ଆମେରିକାରେ ଦରଦାମ୍ ବୃଦ୍ଧି ଏକ ବଡ ସମସ୍ୟା ପାଲଟିଛି । ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଲଗାତାର ସୁଦ୍ଧ ଦର ବୃଦ୍ଧି କରିବାରେ ଲାଗିଛି । ତେବେ ଏହାଦ୍ୱାରା ଦରଦାମ୍ ବୃଦ୍ଧି କିଛି ମାତ୍ରରେ ନିୟନ୍ତ୍ରଣରେ ଆଣିବାରେ ସଫଳତା ମିଳିଛି, କିନ୍ତୁ ଲୋନ୍ ମହଙ୍ଗା ହୋଇଯାଇଛି । ଖାଇବା-ପିଇବା ଜିନିଷର ଦାମ୍ ବଢିବା ଯୋଗୁଁ ଲୋକଙ୍କୁ ଖୁବ୍ ସମସ୍ୟା ଦେଇ ଗତି କରିବାକୁ ପଡୁଛି । ହେଲେ ଏହା ଭିତରେ ଲୋକଙ୍କ କଟା ଘା’ରେ ଚୁନ୍ ଦେବା ଭଳି କଥା କହି ଆମେରିକାର ପ୍ରସିଦ୍ଧ ଖବର କାଗଜ ‘ୱାଲ୍ ଷ୍ଟ୍ରୀଟ୍ ଜର୍ଣ୍ଣାଲ’ ସମାଲୋଚନାର ପାତ୍ର ହୋଇଛି । ‘ୱାଲ ଷ୍ଟ୍ରୀଟ୍ ଜର୍ଣ୍ଣାଲ’ ଲୋକଙ୍କୁ ପରାମର୍ଶ ଦେଇଥିଲା ଟଙ୍କା ବଞ୍ଚାଇବା ପାଇଁ ଲୋକଙ୍କୁ ସକାଳ ଜଳଖିଆ ଖାଇବା ଛାଡିବୋ ଦରକାର । ‘ୱାଲ ଷ୍ଟ୍ରୀଟ୍ ଜର୍ଣ୍ଣାଲ’ ର ଏହି କଥାକୁ ଲୋକମାନେ ପସନ୍ଦ କରିନାହାନ୍ତି ।

ଲୋକମାନେ ‘ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ’ ସହିତ ରାଷ୍ଟ୍ରପତିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେମାନେ ଏହି ଅବସ୍ଥା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଦାୟୀ କରିଛନ୍ତି । ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ’ରେ କିଛି ଉଦାହରଣ ଦେଇ କୁହାଯାଇଥିଲା ସକାଳର ଜଳଖିଆ ନଖାଇଲେ ଲୋକଙ୍କୁ କ’ଣ ଖାଇବା ହେବ । ଖବର କାଗଜରେ ଲେଖାଥିଲା ଖରାପ ପାଣିପାଗ, ରୋଗର ପ୍ରକୋପ ଓ ୟୁକ୍ରେନ୍ ଉପରେ ଋଷର ଆକ୍ରମଣ କାରଣରୁ ଜଳଖିଆ ଦାମ୍ ବହୁତ ଅଧିକ ବଢିଯାଇଛି । ତେଣୁ ଯଦି ଜଣେ ବ୍ୟକ୍ତି ସକାଳୁ ଭୋଜନ କରେନି ତେବେ ଭଲ ଭାବରେ ଟଙ୍କା ବଞ୍ଚାଇ ପାରିବେ । ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ’ର ଏହି ରାୟ ଆମେରିକାର ଲୋକଙ୍କୁ ପସନ୍ଦ ଆସିନଥିଲା । ଲୋକମାନେ ସମାଲୋଚନା କରି କହିଥିଲେ, କେବଳ ବ୍ରେକଫାଷ୍ଟ ବା ସକାଳ ଜଳଖିଆ କାହିଁକି ଆମେ ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ ନକଲେ ସବୁ ଟଙ୍କା ରହିଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking