28.1 C
Bhubaneswar
Tuesday, May 21, 2024
Homeଅପରାଧସ୍ତ୍ରୀ’କୁ ଖୁସି କରିବା ପାଇଁ ପୋଳିସ ସିଷ୍ଟମକୁ ହ୍ୟାକ କଲା ସ୍ୱାମୀ, ଶେଷରେ ଘଟିଲା କିଛି...

ସ୍ତ୍ରୀ’କୁ ଖୁସି କରିବା ପାଇଁ ପୋଳିସ ସିଷ୍ଟମକୁ ହ୍ୟାକ କଲା ସ୍ୱାମୀ, ଶେଷରେ ଘଟିଲା କିଛି ଏପରି ଘଟଣା….

ମୁମ୍ବାଇ: ସ୍ତ୍ରୀ କୁ ଖୁସି କରିବା ପାଇଁ ମୁଣ୍ଡକୁ ଜୁଟିଲା ଅଜବ ବୁଦ୍ଧି । ଆଉ ଏହି କାରସାଦି ପାଇଁ ଏବେ ସ୍ୱାମୀଙ୍କୁ ଜେଲ ଯିବାକୁ ପଡିଛି । ସୂଚନା ଅନୁସାରେ ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ଏବେ ଜଣେ ୨୭ ବର୍ଷୀୟ ସିଭିଲ ଇଂଜିନିୟରଙ୍କୁ ଗିରଫ କରିଛି । ଏହି ଇଂଜିନିୟର ଜଣକ ନିଜ ପତ୍ନୀଙ୍କ ପାସପୋର୍ଟ ଭେରିଫିକେସନ ପାଇଁ ପାସପୋର୍ଟ ଭେରିଫିକେସନ ବ୍ରାଞ୍ଚର ସିଷ୍ଟମକୁ ହ୍ୟାକ କରିଥିଲେ । ଏଭଳି କରି ଯୁବକ ଜଣକ ପତ୍ନୀଙ୍କ ସମେତ ଆଉ ଦୁଇଜଣଙ୍କ ପାସପୋର୍ଟକୁ ମଧ୍ୟ ମଞ୍ଜୁରୀ ଦେଇଦେଇଥିଲେ । ଏହି ଅଭିଯୁକ୍ତଙ୍କ ନାମ ରାଜା ବାବୁ ସାହ ହୋଇଥିବାବେଳେ ତାଙ୍କୁ ଉତ୍ତରପ୍ରଦେଶର ଗାଜିଆବାଦରୁ ଗିରଫ କରାଯାଇଛି । ପୋଲିସ କହିଛି ଯେ ଅଭିଯୁକ୍ତ ଜଣକ ନିଜ ପତ୍ନୀଙ୍କୁ ଖୁସି କରିବା ପାଇଁ ଏଭଳି ବାଟ ଆପଣାଇଥିଲେ । ତାଙ୍କ ପତ୍ନୀ ବିଦେଶ ଯିବା ପାଇଁ ପାସପୋର୍ଟ ଆବେଦନ କରିଥିଲେ । ତେବେ ପାସପୋର୍ଟ କିଭଳି ଶୀଘ୍ର ପୁଲିସ ଭେରିଫିକେସନ ହୋଇ ମିଳିଯିବ ସେଥିପାଇଁ ସେ ପାସପୋର୍ଟ ଭେରିଫିକେସନ ବ୍ରାଞ୍ଚର ସିଷ୍ଟମକୁ ହ୍ୟାକ କରିଥିଲେ । ଏନେଇ ଯେଭଳି କାହାର ସନ୍ଦେହ ନ ହେବ ସେଥିପାଇଁ ଆଉ ଦୁଇ ଜଣଙ୍କର ପାସପୋର୍ଟ ମଧ୍ୟ ଭେରିଫାଇ କରିଦେଇଥିଲେ । ଯେତେବେଳେ ବିନା ପୁଲିସ ତଦନ୍ତରେ ପାସପୋର୍ଟ ଭେରିଫାଇ ହୋଇଥିବାର ସନ୍ଦେହ ହୋଇଥିଲା ଏହା ପରେ ତଦନ୍ତ କରାଯାଇଥିଲା । ଶେଷରେ ଏହା ପଛରେ ରାଜା ବାବୁଙ୍କର ହାତ ଥିବା ଜଣାପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking