32.1 C
Bhubaneswar
Saturday, May 4, 2024
Homeଅପରାଧଫେସ୍‍ବୁକ୍‍ ବନ୍ଧୁତା ପଡ଼ିଲା ଭାରି

ଫେସ୍‍ବୁକ୍‍ ବନ୍ଧୁତା ପଡ଼ିଲା ଭାରି

ଆଠଗଡ଼ : ଫେସ୍‍ବୁକରେ ବନ୍ଧୁତା କରି ବନ୍ଧୁଙ୍କ ଘରକୁ ଆସି ବାଇକ୍‍ ଓ ଏକ ସ୍ମାର୍ଟଫୋନ ଚୋରି କରି ନେବା ଭଳି ଏକ ଅଭାବନୀୟ ଘଟଣା ଆଠଗଡ଼ ଅଞ୍ଚଳରେ ଘଟିଛି । ପୁଲିସ ଏତଲା ପାଇ ଘଟଣାର ତଦନ୍ତ କରି ବାଇକ ଲୁଟ କରିଥିବା ଆସ୍କା ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରି ତାଙ୍କଠାରୁ ବାଇକ ଓ ଫୋନ ଜବତ କରିଥିବା ଜଣାପଡ଼ିଛି।

ଘଟଣାର ବିବରଣୀରୁ ପ୍ରକାଶ ଯେ, ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ପଞ୍ଚାୟତ ଅଧିନ ହଂସଭୂଇଁ ଗ୍ରାମର ପବିତ୍ର ଓଝାଙ୍କ ସହିତ ଫେସ୍‍ବୁକ୍‍ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅନ୍ତର୍ଗତ କୁଟିପୁଡି ଗ୍ରାମର ଲିପୁ ଗୌଡ (୨୪) ଗତ ୪-୫ମାସ ମଧ୍ୟରେ ବନ୍ଧୁତା ଜମାଇଥିଲେ । ପରେ ଲିପୁ ତାଙ୍କ ଫେସ୍‍ବୁକ୍‍ ବନ୍ଧୁ ହଂସଭୂଇଁର ପବିତ୍ରଙ୍କ ଘରକୁ ବୁଲିବାକୁ ଆସିଥିଲେ । ତେବେ ଚଞ୍ଚଳତା କରି ସେ ପବିତ୍ରଙ୍କର ଏକ ପଲ୍‍ସର୍‍ ବାଇକ ଓ ଏକ ମୋବାଇଲ ଫୋନ ନେଇ ଚମ୍ପଟ ମାରିଥିଲେ । ଏ ସମ୍ପର୍କରେ ପବିତ୍ର ଆଠଗଡ଼ ଥାନାରେ ଲିଖିତ ଏତଲା ଦେବା ପରେ ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡ଼ା ଉପନିରୀକ୍ଷକ ଶିବ ପ୍ରସାଦ ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଆସ୍କା ଅଞ୍ଚଳକୁ ପଠାଇଥିଲେ । ଆଠଗଡ଼ ପୁଲିସର ଏହି ଦଳ ଆସ୍କା ପୁଲିସ ସହାୟତାରେ ଶୁକ୍ରବାର ଲିପୁ ଗୌଡକୁ ଧରି ତା ଠାରୁ ଚୋରି ପଲସର ବାଇକ ଓ ମୋବାଇଲ ଫୋନ ଉଦ୍ଧାର କରିବା ସହ ତାଙ୍କୁ ଗିରଫ କରି ଆଣିବା ପରେ ଶନିବାର ତାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking