35.1 C
Bhubaneswar
Saturday, May 4, 2024
Homeଓଡିଶାଶଙ୍ଖା ସିନ୍ଦୁର ପିନ୍ଧାଇ ଭୁ ଅର୍ଜନ ଅଧିକାରୀଙ୍କୁ ଝାଡୁରେ ପିଟିଲେ ମହିଳା

ଶଙ୍ଖା ସିନ୍ଦୁର ପିନ୍ଧାଇ ଭୁ ଅର୍ଜନ ଅଧିକାରୀଙ୍କୁ ଝାଡୁରେ ପିଟିଲେ ମହିଳା

ନୟାଗଡ: ଶଙ୍ଖା ସିନ୍ଦୂର ପିନ୍ଧାଇ ଭୁ ଅର୍ଜନ ଅଧିକାରୀ ଙ୍କୁ ଝାଡୁ ରେ ପିଟିଲେ ମହିଳା । ମହିଳା ଙ୍କ ମାଡ଼ ରେ ଆହତ ହୋଇ ନୟାଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି ଆହତ ଭୁ ଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପର ଭୁଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ ଙ୍କୁ ନୟାଗଡ଼ କାର୍ଯ୍ୟାଳୟ ରେ ପଶି ମାଡ଼ ମାରିଛନ୍ତି ମହିଳା । ଅଧିକାରୀ ଙ୍କୁ ଚୁଡ଼ି, ଶଙ୍ଖା,ସିନ୍ଦୁର ପିନ୍ଧାଇ ଝାଡୁରେ ନିସ୍ତୁକ ମାଡ଼ ମାରିଛନ୍ତି ମହିଳା । ଲାଞ୍ଚ ନ ଦେବାରୁ ଦିର୍ଘଦିନ ଧରି ଜମିହରା ଲୋକଙ୍କୁ କ୍ଷତି ପୂରଣ ଦେଉନଥିବା ଅଭିଯୋଗ କରି ମହିଳା ମାନେ ମାଡ଼ ମାରିଥିବା ଜଣା ପଡିଛି । ମାଡ଼ରେ ଆହତ ହୋଇ ଭୁ-ଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଛନ୍ତି । ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳ ର ହଜାର ହଜାର ଲୋକ ଙ୍କ ଚାଷଜମି ଅଧିଗ୍ରହଣ କରିଛି ରେଳ ବିଭାଗ ।

ତେବେ ଲୋକ ମାନେ ହରାଇଥିବା ନିଜ ଜମିର ମୂଲ୍ୟ ପାଇବାରେ ଅହେତୁକ ବିଳମ୍ବ ହେଉଛି । ତେଣୁ ଏନେଇ ମହିଳା ମାନଙ୍କ ଆକ୍ରୋଶ ର ଶିକାର ହୋଇଛନ୍ତି ଭୁ ଅର୍ଜନ ଅଧିକାରୀ । ବାରମ୍ବାର ଅଧିଗୃହିତ ଜମି କ୍ଷତି ପୂରଣ ଟଙ୍କା ପାଇଁ ଲୋକ ମାନେ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନିରାଶ ହେବାପରେ ଏଭଳି ନିଷ୍ପତି ନେଇଥିବା ଜଣା ପଡିଛି । ରେଲୱେ ଜମି ଅଧିକରଣ ଟଙ୍କା ପାଇଁ ଆଦିବାସୀ ଅଧ୍ୟୁଷିତ କୁଳୁରୁକୁମ୍ପା ଗାଁର ଜଣେ ମହିଳା ବାରମ୍ବାର ଭୁ ଅର୍ଜନ ଅଫିସ କୁ ଆସନ୍ତି । ଆଜି ମହିଳା ଆସି ଅଫିସର ସଞ୍ଜୟ ପଢିଆରି ଙ୍କୁ ଦେଖାକରିଥିଲେ । ଅଭିଯୋଗ କ୍ରମେ ମହିଳା ଜଣଙ୍କୁ ତାଙ୍କ ବେଡ଼ ରୁମ କୁ ଡାକିଥିଲେ ଅଫିସର ।

ଏଥିରେ ଏକତ୍ରିତ ହୋଇ ମହିଳା ମାନେ ତାଙ୍କୁ ପଚାରି ଥିଲେ । ମହିଳା ମାନଙ୍କୁ ଦୁର୍ବ୍ୟବହାର କରିବାରୁ ଝାଡୁ ଓ ଚପଲ ରେ ମାଡ଼ ମାରିଥିଲେ । ସେଥିରେ ମହିଳା ଙ୍କ ରାଗ ଶାନ୍ତ ହୋଇନଥିଲା । ଶଙ୍ଖକ୍ଷ ଓ ସିନ୍ଦୁର ପିନ୍ଧାଇଥିଲେ । ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଭୁ ଅର୍ଜନ ଅଫିସ ର ଙ୍କୁ ଉଦ୍ଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିଲେ । ସେ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଏ ସମ୍ପର୍କରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଆଇ ଆଇ ସି ପ୍ରଜ୍ଞାପରମିତା ଜେନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking